STORYMIRROR

Mitali Madhusmita

Tragedy

3  

Mitali Madhusmita

Tragedy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
464

 

ମୋର ମଧ୍ୟ କିଛି ଅଧିକାର ଅଛି,  

ଏକଥା ର ଅନୁଭବ ମୋତେ କେବେ କେହି କରେଇନି !!

 ତେଣୁ,

କାହା ଉପରେ ରାଗ ତ ଦୂର, 

ଅଭିମାନ କରିବାର ଦୁଃସାହସ ମୁଁ କରିନି !!

ମୋ ଛାତିର କୋହ ବି ମୋର, 

ମୋ ଆଖିର ଲୁହ ବି, 

ମୋ ଚଲା ବାଟ ର କଣ୍ଟା ମୋର, 

କଣ୍ଟାଉପର ର ଲହୁ ଭିଜା ପାଦ ଦୁଇ ବି ମୋର, 

ମନ ଖୋଲି ହସିବା ପାପ ମୋ ପାଇଁ !!

ଅସହ୍ୟ ଯନ୍ତ୍ରଣାରେ ଥାଇ,

 ଉଃ,,,,, ମୁଁ କହିପାରେ ନାହିଁ !!

ଏ ଦୁନିଆ ବେଶ ମତଲବି ନିଶ୍ଚୟ,

ବିନା ଦୋଷରେ,

ଏତେ ବଡ ଭିଡରେ ମୁଁ ଅସହାୟ !!

ନାହିଁ ମୋର ଜୀବନ  ପ୍ରତି ମୋହ, 

ନିଃସଙ୍ଗ ମୁଁ,,, 

 ଅବ୍ୟକ୍ତ ମୋ କୋହ..... 


Rate this content
Log in

Similar oriya poem from Tragedy