STORYMIRROR

Gangotri Priyadarshini

Abstract Tragedy Inspirational

3  

Gangotri Priyadarshini

Abstract Tragedy Inspirational

ଅବ୍ୟକ୍ତ ଅନୁଭବ ୬ଷ୍ଠ ଭାଗ

ଅବ୍ୟକ୍ତ ଅନୁଭବ ୬ଷ୍ଠ ଭାଗ

1 min
148


ଆଜି ଆଉ ସହି ହେଉନି

ଶୁଣି ହେଉନି ଦୁଃଖ ମାନଙ୍କର ଯନ୍ତ୍ରଣା

ସମ୍ପର୍କ ମାନେ ବିନା ଖବର ରେ ବିଦାୟ ନେଉଛନ୍ତି

ଆପଣାର ଆଜି କେହି ଚିର ନିଦ୍ରାରେ ଶୋଇ ଯାଉଛି

ଏମିତି ବି ମଣିଷ ଜାତିକୁ ସାମ୍ନା କରିବାକୁ ଥିଲା


ପୋକ ମାଛି ଠାରୁ କ'ଣ ଏ ମନୁଷ୍ୟ ଏତେ ହୀନ

ନିଜର ଲୋକ ବି ରକ୍ଷା କରୁଛି ବ୍ୟବଧାନ

ବନ୍ଦ କରି ଦେଉଛି ଆଖି 

ଶେଷ ଦେଖା ପାଇଁ ବି ଅମଙ୍ଗ

କେବେ ସୁଧୁରିବ ଏ ସ୍ଥିତି

ମହାମାରୀ ପ୍ରକୋପ

କାହାକୁ ଆଉ ଦୋଷ ଦେବା

ସବୁତ ମନୁଷ୍ୟ କୃତ ।


ପାପ ର ପରିଣାମ ପାଇଁ କଣ ଏତେ କଠୋର ଦଣ୍ଡ

ଶାନ୍ତିରେ ରହିବା କେମିତି ଅନ୍ୟର କଷ୍ଟରେ

ଭାବନାରେ ମନ ଭାରାକ୍ରାନ୍ତ ।


କେବଳ ପ୍ରାର୍ଥନା ,ଆକୁଳ ପ୍ରାର୍ଥନା

କେବେ ଶେଷ ହେବ ଏ ଦୁଃସ୍ଥିତି

ହେ ଈଶ୍ୱର, ଯଥା ସମ୍ଭବ ରକ୍ଷା କର ଏ ବିଶ୍ଵ ସମୁଦାୟ

ଆଖି ଆଗରେ ପରିବାର ନିଶ୍ଚିହ୍ନ ହେଇ ଯାଉଛି

ବ୍ୟତିବ୍ୟସ୍ତ ଏ ଜୀବନ ଗୃହ ବନ୍ଦୀ ହେଇ

ଥୟ ଧରିବା ଆଉ କେତେଦିନ

ନିରୁପାୟ, ଅପେକ୍ଷା, ସଚେତନତା ହିଁ କେବଳ ଅବଲମ୍ବନ ।


ସର୍ବେ ସନ୍ତୁ ନିରାମୟ

ଏକ ହିଁ ଭାଵନା ସୃଷ୍ଟି ହେଉ ସର୍ବଦା 

ମଙ୍ଗଳ ହେଉ ଏ ମାନବ ଜାତିର

ଉଦ୍ଧାର ହେ ରକ୍ଷା କର୍ତ୍ତା ଦୈବ ବିଧାତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract