STORYMIRROR

Gangotri Priyadarshini

Abstract Tragedy

4  

Gangotri Priyadarshini

Abstract Tragedy

ଅବ୍ୟକ୍ତ ଅନୁଭବ (୪ର୍ଥ ଭାଗ)

ଅବ୍ୟକ୍ତ ଅନୁଭବ (୪ର୍ଥ ଭାଗ)

1 min
142


ଆଜିର ସମୟ ସମ୍ପୂର୍ଣ୍ଣ ଭିନ୍ନ

ଗୃହ ବନ୍ଦୀ ଅସଂଖ୍ୟ ଜୀବନ

ଜୀବନ କୁ ସ୍ଵାଭାବିକ ଭାବେ ବଞ୍ଚି ହେଉନାହିଁ

ଅସମାହିତ ପ୍ରଶ୍ନ ଉଙ୍କିମାରେ ଭବିଷ୍ୟତକୁ ନେଇ

ୟା' ପରେ ଆଗକୁ କଣ ଅଛି

କେମିତି ସମୟ ବଦଳିବ ।


କିଛି ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେଉନି ଆଉ

ମଣିଷ ସଭ୍ୟତା ଏ ଉନ୍ନତିର ଶୀର୍ଷରେ ଥାଇ ବି

ଆଜି ନିଶ୍ବାସ ପାଇଁ ରୋଗ ଯନ୍ତ୍ରଣାରୁ ମୁକ୍ତି ପାଇ ପାରୁନି ।


ସୁଖ ସ୍ୱାଛନ୍ଦ ର ଜୀବନରେ ବେପରୁଆ ପଣ

ଆଜି ହାହାକାର ରେ ବିତୁଛି ଜୀବନ

କେତେ ନିରୁପାୟ ସତେ ଏ ମଣିଷ ଜାତି

ଆଜିର ସମୟରେ କେତେ ନିଶ୍ୱ ଏ ବିଶ୍ୱ

ମୂଲ୍ୟହୀନ ଆଜି ପ୍ରତିପତ୍ତି ବଂଶ ପଦ ମର୍ଯ୍ୟାଦା

କାହିଁ ଗଲା ସେ ଗର୍ବ ଅହଙ୍କାର ମୁଁ ତ୍ଵ ।


ନା ସମ୍ପର୍କ ନା ନିଜ ଔରସ ଜାତ ସନ୍ତାନ

ଆଜି ମୁହଁ ବୁଲେଇ ନିଅନ୍ତି

ଆଜି ଜୀବ ଜନ୍ତୁ ମୁକ୍ତ, ମନୁଷ୍ୟ ବନ୍ଦୀ

କାଳର କରାଳ କନ୍ଦେଇ ମାରୁଛି


ସହି ହେଉନି ଏ ପରିସ୍ଥିତି

ମୁକୁଳିବା ର ବାଟ ନାହିଁ

ପ୍ରକୃତି ର ଚେତାବନୀ ନିଶ୍ଚେ ମାନିବାକୁ ପଡ଼ିବ

ବାତ୍ୟା ବନ୍ୟା ରୋଗ ଦାଉ ପ୍ରାକୃତିକ ବିପର୍ଯ୍ୟୟ


ହେ ଭଗବାନ ଆଶୀର୍ବାଦ କର

ହରି ନିଅ ସଂସାର ରୁ ସମସ୍ତ ଯନ୍ତ୍ରଣା

ଆଉ ଥରେ ହସି ଉଠୁ ପ୍ରତି ପରିବାର

କର ବାରେ କରୁଣା ହେ ବିଶ୍ଵ ନିୟନ୍ତା

ସୃଷ୍ଟି ର ଅନ୍ତ ନ ହେଉ ଏ ଅଜଣା ଆତଙ୍କରେ


ଆସନ୍ତା କାଲି ସମ୍ଭାବନାର ସୂର୍ଯ୍ୟୋଦୟ ହେଉ

ସ୍ଵପ୍ନ ସବୁ ଝଲସି ଉଠନ୍ତୁ କର୍ମ ପ୍ରବଣତା ରେ

ସବୁ କିଛି ପରିବର୍ତ୍ତନ ର ମଧୁର ମୂର୍ଚ୍ଛନାରେ ଅଧିର ହୁଅନ୍ତୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract