ଅବୁଝା ମୋହ
ଅବୁଝା ମୋହ
ଜୀବନ ରେ ପିଲାପାଇଁ ପିତା, ମାତା ଙ୍କର କେତେ ଯତ୍ନ....
ସବୁ ସୁଖ କୁ ଜଳାଞ୍ଜଳି ଦେଇ ପିଲା ର ସୁଖ ପାଇଁ ସେମାନେ
ଜୀବନ ରେ କେତେ ଯନ୍ତ୍ରଣା ର ବିଷ କୁ ଅମୃତ ତୁଲ୍ୟ ଆହରଣ
କରନ୍ତି.... ପ୍ରତି ବଦଳରେ ପିଲା କ'ଣ ଦିଏ ସେହି ପିତା, ମାତା ଙ୍କୁ..???
ମନ ରେ ଆସିଥିବା ସୁନ୍ଦର ଭାବନା କୁ ଆଲୋଚନା ମାଧ୍ୟମରେ
କବିତା ରେ ପୋଷ୍ଟ କରୁଛି..
ମାଆ
ସଂସାର କୁ ଆମେ ଆସିଛେ ଧନ ରେ
ସୁଚାରୁ ରୂପ ରେ ସଂସାର କର୍ମ,
ଯେଉଁ କର୍ମ ରେ କି ଦୁଃଖ ନ ଲାଗେରେ
ଧରା ରେ ହେବୁ ଶ୍ରେଷ୍ଠ ଉତ୍ତମ..
ପୁଅ
କର୍ମ ସବୁବେଳେ ଶ୍ରେଷ୍ଠ ଓ ଉତ୍ତମ
କର୍ମୀ ଉପରେ ସେ ଭାବନା ନ୍ୟସ୍ତ,
କେଉଁ କର୍ମ ତାହା ଜୀବନ ଗଢିବ
ବୁଝିବା ହେଉଛି ସଂସାରେ ଅସ୍ତ୍ର ...
ମାଆ ..
କର୍ମ, ଅକର୍ମ ର ଫଳ ଥାଏ ଧନ
ଫଳିଥାଏ ତାହା କର୍ମ ର ଗୁଣେ,
ଅକର୍ମ ଜୀବନ ନିରର୍ଥକ ହୀନ
ପଶୁତୁଲ୍ୟ ପରି ସେ ଅକାରଣେ ....
ପୁଅ ...
ଭଗବତ ଚିନ୍ତା ହୃଦୟ ମନ୍ଦିରେ
ନିରନ୍ତର ଥାଏ ଜ୍ୟୋତି ଟେ ପରି,
କର୍ମ ପରା ଶ୍ରେଷ୍ଠ କର୍ମୀ ର ଗୁଣ ରେ
ଶ୍ରଦ୍ଧା କରୁଥିବେ ଇଶ୍ୱର, ଇଶ୍ୱରୀ....
ମାଆ ....
କର୍ମ ର ଭାବନା ଏପରି ହୋଇବ
ଶ୍ରଦ୍ଧା ତୁ ପାଇବୁ ସ୍ନେହ ଜୀବନେ,
କୋଟିଏ ଭିତରେ ଗୋଟିଏ ତୁ ହେବୁ
ଜଗତ ଜିଣିବୁ ସାର୍ଥକ କର୍ମେ.....
ପୁଅ ....
ବାସ୍ତବତା ମାଆ ହେଉଛି ଲୋ ଧର୍ମ
ତୁମେ ମୋର ପରା ଦେବୀ, ଦେବତା,
ତୁମ ସଂସ୍କାର କୁ ଭୁଲିଯିବା କର୍ମ
କାହିଁକି ତୁମର ମୋ ପାଇଁ ଚିନ୍ତା....
ମାଆ ......
ଯଶୋଦା ମୁଁ ନୁହେଁ ନୁହେଁ ରେ ଦେବକୀ
ମାନଵୀ ତ ଏଇ ଧରା ରେ ଜାତ.,
ପଦେ, ପଦେ ଏଠି ପାଦରେ ଶିଉଳି
ଖସିବା ଟା ନୁହେଁ କିଛି ବିଚିତ୍ର......
ପୁଅ .....
ରାଧା, ମୀରା ମାଆ ଅଷ୍ଟ ପାଟବଂଶୀ
କୃଷ୍ଣ କୁ କିଏ ସେ ବୁଝିଲେ ପରା,
ଧର୍ମ ସଂସ୍ଥାପନା ମୂଳ ଲକ୍ଷ୍ୟ କରି
ଧରା ରେ ସୃଷ୍ଟ ସେ ଲକ୍ଷ୍ୟ ରେ ହୀରା.....
ମାଆ, ....
ମନ ଅଟେ ଏଠି ପବନ ସମାନ
ଆୟତ୍ତ କରିବା କାହାର ସାଧ୍ୟ,
ପାପ, ପଙ୍କ ଭରା ଯାତନା କଷଣ
କୁକର୍ମ କୁ କରେ ସହଜେ ବାଧ୍ୟ...
ପୁଅ .......
ମିଛ ଦୁନିଆ ରେ ମିଛ ଅଭିନୟ
ମିଛ ଏ ସମ୍ପତ୍ତି ମିଛ ଏ ମାୟା,
ବାଛିବା କେବଳ ମନ, ବିବେକ ର
ଅଜ୍ଞାନତା ନାଶି ଜ୍ଞାନ ର ସାୟା .....
ମାଆ .....
କହିବା ତ ଏଠି ସହଜ ରେ ବାବୁ
କରିବା ଅଟଇ କଠିନ ପଥେ,
ସବୁ କଥା ଏଠି ପାଟି ସହଜ କୁ
କରିବା ଦୁର୍ଲଭ ଜୀବନ ରଥେ ....
ପୁଅ...
କର୍ମ ର କାରଣ ସ୍ୱୟଂ ନାରାୟଣ
ତାଙ୍କ ପାଦ ପଦ୍ମେ ଯାହାର ମତି,
କହିବା ନୁହଁଇ କରିବା ଟି ଜାଣ
ଲୟ ଲଗାଇଲେ ମିଳଇ ଭକ୍ତି.....
ମାଆ..
ସାଧନା ପଥରେ କେତେ ବିଘ୍ନ ବାଧା
ତୁ କାହୁଁ ଜାଣିବୁ ଅବୋଧ ବାବୁ,
କରିବା ସହଜ ନୁହଇ ଏ ଧାରା
ଶିଉଳି ପରିକା ଅଧର୍ମ ସବୁ.....
ପୁଅ ....
ତୋର ପାଇଁ ମାଆ ଶବ୍ଦ ମୋର ନାହିଁ
ଏତିକି ବୁଝିଥା ହୃଦୟ କଥା,
ସଂସାର ରେ ଯିଏ କରି କରାଉଛି
ସମର୍ପିତ ଭାବ ହରିବ ବ୍ୟଥା ....