STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଅବଶୋଷ

ଅବଶୋଷ

1 min
852

ପାଦେ ଚାଲି ଆଗକୁ ବଢିଲେ ଥରେ

ଆଉ ଏକ ପାଦ ତାର ଆପେ ଉଠି ଆସେ

ଆଖି ଦେଖୁଥାଏ ତା' ନଜରରେ

କାନ ଫାଟିଯାଏ ନେପଥ୍ୟର କୋଳାହଳେ,

ପଛରେ କିଏ ଆସୁଥାଏ ଅଜାଣତରେ

ଫେରି ଚାହିଁବାକୁ ତାର ସମୟ ନ ଥାଏ

ଆଗର ବାଟୋଇକୁ ଆଗେ ଯିବାର ଦେଖି 

ଧଇଁସଇଁ ଧାଏଁ ବେଗେ ଚଳ ଚଞ୍ଚଳେ।

ବୁଝେନା ତାର କି ଲକ୍ଷ୍ୟ ଉଦ୍ଦେଶ୍ୟ

ଅନୁକରଣରେ ସେ ମାତି ହୁଏ ପାଗଳ

ଭୁଲି ନିଜ ଗନ୍ତବ୍ୟ ପଥର ନିର୍ଦ୍ଦିଷ୍ଟ ଦୂରତା

ପ୍ରତିଦ୍ବନ୍ଦିତାରେ ସାମିଲ ହୁଏ ବାଜି ଲଗାଇ,

ଜିତିବାର ନିଶାରେ ଅନିୟନ୍ତ୍ରିତ ହୋଇ

ସମୟର ଆହ୍ଵାନକୁ କରେ ନାହିଁ ଭ୍ରୁକ୍ଷେପ 

ଭାବ ବିହ୍ବଳରେ ବାସ୍ତବତାକୁ ଏଡ଼ି

ନିଜଠାରୁ ନିଜେ କ୍ରମେ କ୍ରମେ ଯାଏ ଦୂରେଇ ।

ବିଚାର ବିମର୍ଶ ନ କରି ସୁସ୍ଥ ଶାନ୍ତ ମସ୍ତିଷ୍କରେ

ପର ଗୋଡାଣିଆଁ ହେଲେ ମୁଢ଼ପଣେ

ଲକ୍ଷ୍ୟସ୍ଥଳେ ପହଞ୍ଚିବାକୁ ହୁଏ ବହୁ ବିଳମ୍ବ 

ପରାଜୟର ଗ୍ଳାନି ନେଇ କରୁଥାଏ ଅବଶୋଷ,

ଯିଏ ନ ବୁଝି ନିଜର ଦକ୍ଷତା ସାମର୍ଥ୍ୟ 

ପବନର ଗତି ସାଥେ ନିଜ ଗତିକୁ ମାପେ

ଅପରିମାଣଦର୍ଶୀ ହୋଇ ଖାଇ ଥାଏ ଧୋକା 

ହରାଇ ବସେ ନିଜେ ନିଜର ଆତ୍ମବିଶ୍ଵାସ।

ପଶ୍ଚାତାପ କରି କରି ସୁଖ ଶାନ୍ତିକୁ

ଜୀବନ ଧାରାର ସ୍ବଭାବିକ ଗତିଠାରୁ 

ବିଭ୍ରାନ୍ତିରେ ସେ ଦୂରେଇ ଦିଏ ବହୁ ଦୂରକୁ 

ଚାହୁଁଥାଏ ପଛକୁ ପାରେନା ଆଉ ଫେରି,

ଚଲା ପଥେ ଭୁଲ୍ ଠିକ୍ ର ଦୋଛକି 

ନିଷ୍ପତ୍ତି ନେବାର ଅଧିକାର କେବଳ ନିଜସ୍ବ

ଯିଏ ଯା' ପରାମର୍ଶ ଅବା ଦେଇଥାନ୍ତି ମତାମତ

ମାନେ ଯଦି ସେ ନିଜକୁ ନେଇଥାଏ ସୁଧାରି।

ଠିକ୍ ସମୟରେ ଠିକ୍ ବିଚାରର ସିଦ୍ଧାନ୍ତ

ଦିଏ ଦିଗଦର୍ଶନ ଦେଖାଏ ଠିକଣାର ବାଟ

ଏକାଗ୍ରତାରେ ହେବାକୁ ପଡ଼େ ଦୃଢ଼ମନା

ଅଭିଯାନର କେବେ ହୁଏ ନାହିଁ ଶେଷ,

କଠିନ ପରିଶ୍ରମ ଧୈର୍ଯ୍ୟ ସାହସ ସହିଷ୍ଣୁତା 

ବିକାଶର ସୋପାନକୁ କରାଏ ଅତିକ୍ରମ

ବହୁ ପ୍ରତୀକ୍ଷାର ପରୀକ୍ଷା ପରେ ସଫଳତା

ମିଳିଗଲେ ଆଉ ଆସେନା ଅବଶୋଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action