STORYMIRROR

Trushna Das

Tragedy

3  

Trushna Das

Tragedy

ଅବକାଶ ନାହିଁ ମୋର

ଅବକାଶ ନାହିଁ ମୋର

1 min
260

ଅବକାଶ ନାହିଁ ମୋର କାମ କରିଥିବା କାମ ପାଇଁ 

ଯାହା କରିଛି ମୁଁ ଲୋକଙ୍କୁ ସୁଧାରିବାକୁ ଯାଇ 

ହେଲେ ସେ ଠିକ ବାଟକୁ ନ ଆସି 

ହସୁଛନ୍ତି ନିଜ କର୍ମକୁ ନେଇ। 


ଅବକାଶ ନାହିଁ ମୋର 

ହୋଇଥିଲି ମୁଁ ସତ ଚେଷ୍ଟିତ 

କିନ୍ତୁ କିଛି ଲୋକ ହୋଇଥାଆନ୍ତି ପଥର

ସତପଥକୁ ନ ଆସି କରି ଥାଆନ୍ତି ଗର୍ବ। 


ଅବକାଶ ନାହିଁ ମୋର

ନ ଥିବାରୁ ସେ ସମ୍ପର୍କ 

ଯେଉଁଥିରେ ନ ଥିଲା ଭଲ ପାଇବା କି ବିଶ୍ୱାସ 

ଯାହା ଆରମ୍ଭ ହୋଇଥିଲା ଛଳନା ମିଛ ପ୍ରତିଶ୍ରୁତି ଦ୍ୱାରା ସେଇ ବ୍ୟକ୍ତିର।।


ଅବକାଶ ନାହିଁ ମୋର

ଦୂରେଇ ଯାଇଛି ମିଛୁଆ ପ୍ରତାରକଙ୍କ ଠାରୁ

ଜାଣିଛି ଦିନେ ନା ଦିନେ ସେ କରିବେ ପ୍ରାୟଶ୍ଚିତ 

ହେଲେ ସମୟ ନ ଥିବ ସୁଧାରିବାକୁ ନିଜ କର୍ମ।।


ଅବକାଶ ନାହିଁ ମୋର

ଯଦି ସେ ବୁଝି ପାରୁ ନାହାଁନ୍ତି ତାଙ୍କ ଭୂଲ

ପ୍ରେମ ବଦଳରେ ମୋ ସହ କଲେ ବିଶ୍ୱାସଘାତ

ନାହିଁ ଆଉ ଅଳି ଓ ଅର୍ଦ୍ଦଳି ନେଇ ସେ ସମ୍ପର୍କକୁ ମୋର।। 


ଅବକାଶ ଆଉ ନାହିଁ ମୋର

ମିଛ ସମ୍ପର୍କରେ ବାନ୍ଧି ହୋଇ ଆଜି ମୁଁ କରୁଛି ପ୍ରାୟଶ୍ଚିତ 

ବୁଝାଇ ନେଛି ମୁଁ ମନକୁ ମୋର

ଏହି ପ୍ରତାରଣା ପାଇବାର ଥିଲା ଯେ ମୋର କପାଳ ଲିଖନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy