Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଅଭ୍ୟାସ

ଅଭ୍ୟାସ

1 min
205


#ସିଧାକଥା -୮୯


ଅଭ୍ୟାସ ଆମକୁ ସୁଦକ୍ଷ କରାଏ କାମକୁ ଆଗେଇ ନିଏ,

ଅଭ୍ୟାସରେ ଅସମ୍ଭବ କାମ ଯେତେ ସହଜରେ କରିହୁଏ |


ଅଭ୍ୟାସ ବଳରେ ନୂଆ ଅନୁଭବ ନୂଆଶିକ୍ଷା ମିଳିଥାଏ,

ଅଭ୍ୟାସ କରିଲେ ଜାଦୁକର ଖେଳ ଅତି ଚମତ୍କାର ହୁଏ |


ଅଭ୍ୟାସ ରଖିଲେ ନ ଗାଇବା ଲୋକ ଗାୟକ ବି ହୋଇପାରେ,

ଅଭ୍ୟାସ ବଳରେ ଚାଲିହୁଏ କଣ୍ଟା-ନିଆଁ ପୁଣି ଖଣ୍ଡାଧାରେ |


ଅଭ୍ୟାସ ରଖିଲେ କଳାକାର-ଶିଳ୍ପୀ ହୋଇଥାଏ ସୁବିଖ୍ୟାତ,

ଅଭ୍ୟାସରୁ କବି-ଲେଖକ କଲମ କିଣିନିଏ କୋଟିଚିତ୍ତ |

 

ଅଭ୍ୟାସରେ ବୃଦ୍ଧ ଧାଇଁପାରେ ପୁଣି ଶତ୍ରୁ ସଙ୍ଗେ ଲଢିପାରେ, 

ଅଭ୍ୟାସରେ ଥିଲେ ଭଲ ବ୍ୟବହାର କରିହୁଏ ସବୁଠାରେ |


ଅଭ୍ୟାସରୁ ଶିଶୁ କଥା କହିପାରେ ଉଠି-ପଡ଼ି ପୁଣି ଚାଲେ,

ଅଭ୍ୟାସ ନଥିଲେ ସବୁ ଅକାରଣ କି'ହେବ ସେ ପାଠ ଥିଲେ ?



Rate this content
Log in

Similar oriya poem from Classics