STORYMIRROR

RUKEYA JABEEN

Tragedy

4  

RUKEYA JABEEN

Tragedy

ଅଭୂଲା ସେ ମୁହୂର୍ତ୍ତ କିଛି

ଅଭୂଲା ସେ ମୁହୂର୍ତ୍ତ କିଛି

1 min
473


ଯେତେବେଳେ ଏ ମନ ଖୋଜୁଥିଲା ମନଲାଖି ବସାଟିଏ,

ବନ , ଉପବନ, ଗିରି, ମାଳ, ଦେଇ,

ତୁମେ ଆସିଲ ଏଇ ଜୀବନେ ,

ନୀରବ ରଜନୀରେ ଚାନ୍ଦର ଲାସ୍ୟମୟୀ ଛନ୍ଦ ପରି ,

ଲକ୍ଷହୀନ ବାଟେ ନୂୂତନ ପଥ ସରିି ।


ଏ ଯୋଡ଼ି ନୟନେ ଭରିଦେଲ ହଜାରେ ସପନ,

ବାନ୍ଧି ଦେଲ ମତେ କେଇପଦ ,

ବିଶ୍ୱାସ ଓ ଆତ୍ମିିୟତାର ବଚନେ,

ପୁଣି ତୁୁମ ପ୍ରେମର ନିଷ୍କପଟ କୋମଳ ବନ୍ଧନରେ ,

ସାରା ଜୀବନ ପାଇଁ ।


ସେ ପ୍ରେମର ଛାଇରେ ମୁଁ ନିିଜକୁ ହଜେଇଲି ,

ଭିଜେଇଲି ମୋ ଶରୀର , ଆତ୍ମା ,

 ଛାଇ, ପ୍ରତିବିମ୍ବ ସବୁକିଛି,

କାଲି ଯାଏଁ ଯାହା ଥିଲା ମୋର, ମୋ ନିଜର,

ନିଜଠୁ ବି ଅତି ପ୍ରିୟର ।


ତୁମଠୁ ପାଇଲି ଅସୁୁୁମାରୀ ପ୍ରେମ, ସ୍ନେହ,

ଆନ୍ତତରିକତା ଭରା ଦୁନିଆ ,

ଭିନ୍ନ ଏକ ପୃଥିବୀ ଥିଲା ତା ଭିତରେ,

ଯାହା ନେଇଯାଇଥିଲା ଚିରା

ଚରିତ ଜୀବନ ଶୈଳୀ ଠାରୁ,

ଦୂରେ ବହୁଦୂରେ ମତେ ।


କିନ୍ତୁ ଏସବୁ ଥିଲା କ୍ଷଣିିକ ମାତ୍ର ପାହାନ୍ତି ତାରକାଟେ ପରି ,

ଦେଖି ବି ଦେଖି ହେଲାନି ,

ପାଇ ବି ପାଇ ହେଲାନି କି ରଖି ହେଲାନି ,

ମନଭରି ଦେଖିଲା ବେଳକୁ , ବୁଝିଲା ବେଳକୁ ,

ତୁମେ ଗଲ ଦୂରେ ବହୁଦୂରେ ।


 କୋଉ ଦିବା ନିଶି ଅବା ଜହ୍ନ ଲେଉଟାଣିରେ ଫେରିବାର,

କଥା ଦେଇଗଲ,

ପ୍ରେମର ଏକ ମଧୂମୟ ବସନ୍ତ ସଙ୍ଗେ ନେଇ ଆସିବାର,

ମୋ ବିିଶ୍ୱାସକୁ ଦୃଢତର କରି ,

ଜୀବନକୁ ଆହୁରି ରଙ୍ଗୀନ କରିିଯିବାର। 


ଗଡ଼ି ଚାଲିଛି ବର୍ଷ, ମାସ, ଦିନ,

ଅଜଣା ତୁୁମ ଠିକଣା, ଆସିବାର ନାହିଁ ସୂଚନା,

ତୁମ ସହ ଜଡ଼ିତ ପ୍ରତ୍ୟେକଟି ମୁୁୁୁୁହୂର୍ତ୍ତ ,

ପାଲଟିିିିଛି କେବଳ କିଛି ଅଭୂଲା ସ୍ମୃତିରେ ,

ହାରେଇ ଚାଲିଛି ମନ , ତା'ର ସରଂକ୍ଷିତ ଆଶା ଓ ଉଦ୍ଦିପନା ।


Rate this content
Log in

Similar oriya poem from Tragedy