STORYMIRROR

Pranati Jena

Tragedy Others

4  

Pranati Jena

Tragedy Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
479

ଆଜିଦିନ ଆଉ କାଲିକୁ ଆସେନା

ଅପୂର୍ବ ମାହେନ୍ଦ୍ର ଲଗ୍ନ,

ନିରବିତ ଏଇ ପଥଧାରେ ତାହା

ଅଭୁଲା ସ୍ମୃତିରେ ଭିନ୍ନ ।


ଜୀବନ ଯାତନା କଷଣର କାରା

ଅଲଂଘ୍ୟ ଭୀଷଣତର,

ଫେନିଳ ଲହରୀ ଦୁଃଖ ସମୟର

ପ୍ରଳୟ ନିଷ୍ଠୁର ଝର ।


ସୁଖ ହଜିଯାଏ ଦିଗହରା ପ୍ରାୟ

ଭରସାର ଆର୍ତ୍ତନାଦ,

ସମୟ ଖେଳଇ ଭାଗ୍ୟ ବିଧାତାର

ଅସ୍ପଷ୍ଟ ସେ ପାଦଶବ୍ଦ ।


ତମସା ପରଷେ ନିଦ୍ରିତ ବେଳାରେ

ସ୍ବପ୍ନହଜେ ନୟନରୁ,

କାମନା ଅଶେଷ ତଥାପି ଆଶାରେ

ପରାଣ ଶକ୍ତି ସାଗରୁ ।


ପୁଣ୍ୟ ନଦୀତୀରେ ମନ୍ମଥ ମିଳନ

ଭୋଗ ଅଭିଳାଷୀ ପାଇଁ,

ଜିଇଁବା ପାଇଁ ସେ ଆଶାର ଫଗୁଣ

ମଳୟେ ଚନ୍ଦନ ହୋଇ ।


ଲୁହର କୋହର ସାତ ଜନ୍ମ ସାଥି

ମନ ବନେ ରାସଲୀଳା,

ହୃଦୟର ଭାଷା ସାଜଇ ଅତିଥି

ଆଖିରେ ତାର ମେଖଳା ।


ସିକ୍ତ ଭାବନାରେ ତିକ୍ତ ବେଦନାକୁ

ପଥର ସଜାଇ ପ୍ରାଣେ,

ପିୟୁଷ ବଦଳେ ବିଷ ଅଗଣାକୁ

ଆମନ୍ତ୍ରିତ ସମ୍ଭାଷଣେ ।


Rate this content
Log in

Similar oriya poem from Tragedy