ଅଭୁଲା ସେ ମୁହୂର୍ତ୍ତ କିଛି
ଅଭୁଲା ସେ ମୁହୂର୍ତ୍ତ କିଛି
ଏମିତି ଏକ ମୁହୂର୍ତ୍ତଟିଏ
ଭୁଲିବାର ଜମା ନୁହେଁ
ଦେଖା ହେଲା ଯେବେ ଛାତ୍ରୀ ସିଏ
ପାଦ ତଳେ ପ୍ରମାଣ ଢାଳେ ସିଏ
ଏମିତି ଏକ ମୁହୂର୍ତ୍ତଟିଏ
ଅନେକ ଦିନ ପରେ ଯିଏ
ଦେଖାହେଲା ବନ୍ଧୁଟିଏ
ସୁଖ ଦୁଃଖର ନିବୀଡତରେ ମନ କିଣିଲା ସିଏ
ଭୁଲିହେବାର ନୁହେଁ
ଏମିତି ଏକ ମୁହୂର୍ତ୍ତଟିଏ
ମାଆ ବାପାଙ୍କ ଆଦର ସିଏ
ପାଇକି ସରଗ ଚାନ୍ଦ ପାଏ
ବଡ଼ ବଡ଼ଙ୍କ ସ୍ନେହ ମମତା ପୁଣି ସଦିଚ୍ଛା
ଭୁଲିବାର ତ ନୁହେଁ
ପକ୍ଷୀକୁ ଦେଖି ନଦୀକୂଳରେ ବସି
ଲାଗେ ଜୀବନ ଇଏ
ଆକାଶ ସାରା ଦେଖିଲେ ତାରା
ଭୁଲି ସେକଥା ଜମା ନୁହେଁ
ଜଗତରନାଥ ଜଗନ୍ନାଥଙ୍କୁ ଦେଖିଲେ
ଚକାଡୋଳା ଦେଖି ଲାଖିଯାଏ ଆଖି
ଅଭୁଲା ସେଇ ମୁହୂର୍ତ୍ତ ।
