STORYMIRROR

Prasant Kumar Nath

Inspirational

2  

Prasant Kumar Nath

Inspirational

ଅଭୁଲା ପ୍ରେମ କାହାଣୀ

ଅଭୁଲା ପ୍ରେମ କାହାଣୀ

1 min
13K


ଅଭୁଲା ପ୍ରେମ କାହାଣୀ

ପୁଅ

ମଥାରେ ତୋହର ଚନ୍ଦନର ଟିପା

ହାତରେ ମେହେନ୍ଦି ନାଇଛୁ

ପଛ କଥା ସବୁ ଭୁଲି ଯାଇ ପ୍ରିୟା

ବଧୁ ବେଶ ଆଜି ସାଜିଛୁ

ବଡୁଅ ପାଣିରେ ଗାଧୋଇ ସାରିତୁ

ନାଲି ପାଟ ଶାଢ଼ୀ ପିନ୍ଧିଛୁ

ଆଉ କାହା ସାଥେ ସାଥି ହେବାପାଇଁ

ବାଟ ତାର ଚାହିଁ ବସିଛୁ ।

ଝିଅ

ବଡୁଅ ପାଣିରେ ଗାଧୋଇଛି ସିନା

ପାଦରେ ଅଳତା ନାଇଛି

ଆଉ କାହା ଖୁସି ଦେଖିବା ପାଇଁକି

ବଧୂବେଶ ଆଜି ସାଜିଛି ।

ଆଉ କାହା ପାଇଁ ଲୋକ ଦେଖାଣିଆ

ଓଠରେ ମୋ ହସ ଖେଳୁଛି

ହେଲେ ନିକାଞ୍ଚନେ ମନଟା ମୋହର

ତୁମରି ପଥ କୁ ଚାହିଁଛି ।

ପୁଅ

ତୁ ପରା ସାଜିବୁ ଆଉ କା ଘରଣୀ

କରିଦେଇ ମୋତେ ପର

ପାରୁନାହିଁ ଜାଣି କେମିତି ରହିବି

ତୋ ଠାରୁ ହୋଇ ମୁଁ ଦୂର

ସାଜିଥିଲୁ ମୋର ନିଜଠୁ ନିଜର

ହୋଇଗଲୁ ସ୍ୱାର୍ଥପର

ମୋତେ ଏକା କରି ଆଉକାହା ସାଥେ

ଯାଉଛୁଲୋ ଶାଶୂଘର ।

ଝିଅ

ଶାଶୂଘର ସିନା ଚାଲିଯିବି ମୁହିଁ

ତୁମ ଠାରୁ ହୋଇ ଦୂର

(ହେଲେ)କେମିତି ଭାଙ୍ଗିବି ହୃଦୟରେ ମୋର

ତୋଳିଅଛ ଯେଉଁ ଘର ।

ତୁମକୁ ଝୁରିବ ପ୍ରତି ମୁହୂର୍ତ୍ତରେ

ନଥାଇ ବି ଅଧିକାର

ହୃଦୟୁ ତୁମକୁ ପାରିବକି କହି

କିଏ ସେ କରିବ ପର ।

ପୁଅ

ହୃଦୟଟା ସିନା ପର କରିବନି

ମୋତେ ସେ ହୋଇବ ଝୁରି

(ହେଲେ)ତୁମେ ଗଲା ପରେ କେମିତି ଜିଇଁବି

ଯିବି ସତେ ପ୍ରିୟା ମରି ।

ଜିଇଁବା ମରିବା ସବୁ ମୋ ସମାନ

ଚାଲିଗଲେ ପର କରି

କେତେଦିନ ଆଉ ଜଳି ମରୁଥିବି

ତୁମରି ସ୍ମୃତିକୁ ଧରି ।

ଝିଅ

ଭୁଲିଯିବ ତୁମେ ସବୁ ସ୍ମୃତି ଆମ

ଭାବିବ ଯାଇଛି ମରି

ଚାଲିଗଲା ପରେ ମିଛରେ କାହିଁକି

ମୋତେତ ହୋଇବ ଝୁରି

ଭାବିନେବ ତୁମେ ଆସିଥିଲି ମୁହିଁ

ଅଦିନିଆ ଝଡ଼ ପରି

କିଛିକ୍ଷଣେ ପୁଣି ଫେରି ଚାଲିଗଲି

(ତୁମ)ଖୁସିକୁ ପାଉଁଶ କରି ।

ପୁଅ

ଭୁଲିବାଟା ନୁହେଁ ଏତେ ଯେ ସହଜ

କହିଦେଲେ ଭୁଲିଯିବି

ଦେହରୁ ମୋହର ଗଲେବି ଜୀବନ

ତୁମକୁ ମୁଁ ଝୁରୁଥିବି ।

ତୁମ ବିହୁନରେ ତୁମକଥା ଭାବି

ଲୁହ ପଛେଢାଳୁଥିବି

ଯେତେଦିନ ଥିବି ଏହି ଦୁନିଆଁରେ

ଖୁସି ତୁମ ଚାହୁଁଥିବି ।

ଝିଅ

ଜାଣିଅଛି ମୁହିଁ ତୁମ ଖୁସି ନେଇ

ଦୁରେ ସିନା ଚାଲିଯିବି

ହେଲେ ତୁମ କଥା ଭାବି ଭାବି ସାଥି

ନିତି ପରା ଜଳୁଥିବି ।

କାଲି ବି ତୁମକୁ ଭଲ ପାଉଥିଲି

କାଲି ଭଲ ପାଉଥିବି

ସବୁଦିନ ପାଇଁ ତୁମେ ମୋ ହୃଦୟେ

ମୁଁ ତୁମ ହୃଦୟେ ଥିବି ।

******

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।୮୩୧୦୩୨୮୩୪୫


-ୋମ


Rate this content
Log in

Similar oriya poem from Inspirational