STORYMIRROR

Sudruma Panda

Tragedy

3  

Sudruma Panda

Tragedy

ଅଭୁଲା ଏପ୍ରିଲ୍ ତେର

ଅଭୁଲା ଏପ୍ରିଲ୍ ତେର

1 min
220


ହିନ୍ଦୁ ପଞ୍ଜିକା ରେ ଗଣନାନୁସାରେ

ଚୈତ୍ର ମାସ ଶୁକ୍ଳ ପ୍ରତିପଦ ରେ,

ହିନ୍ଦୁ ନବବର୍ଷ ପାଳନ ର ହର୍ଷ

ପ୍ରତ୍ୟେକ ହିନ୍ଦୁଙ୍କୁ ବିଭୋର କରେ ।। ୧


ପଞ୍ଜାବରେ ଏହି ପବିତ୍ର ଦିନକୁ

ବୈଶାଖୀ ରୂପେ କରନ୍ତି ପାଳନ,

ସ୍ୱଜନଙ୍କ ସଙ୍ଗେ ନିଜ ନିଜ ଢଙ୍ଗେ

ହର୍ଷ ଉଲ୍ଲାସରେ ବିତାନ୍ତି ଦିନ ।। ୨


ସେହିପରି ଏକ ମହାର୍ଘ ସମୟ

ଉଣେଇଶି ଶହ ଉଣେଇଶିରେ

ପଞ୍ଜାବୀ ଯେତେକ ଜମା ହୋଇଥିଲେ

ଅମୃତସର ଜାଲିଓ୍ବାନା ଠାରେ ।।୩


ସତ୍ୟପାଲ ଆଉ ସୈଫୁର୍ ଙ୍କୁ ମୁକ୍ତ

କରିବା ନିମନ୍ତେ ପଡ଼ିଲା ନାରା,

ଆବାଳବୃଦ୍ଧବନିତା ଧାଇଁ ଥିଲେ

ମୁକ୍ତି ସଂଗ୍ରାମର ଦେଇ ଡାକରା ।। ୪


ଅଚାନକ ସେଠି ବିନା ସୂଚନାରେ

ଡାୟାର୍ ର କ୍ରୁର ନିର୍ଦ୍ଦେଶ ପାଇ,

ଢୋ- ଢୋ- ଢୋ- ବରଷିଲା ଗୁଳି

ଲକ୍ଷ ଲକ୍ଷ ହୋଇଲେ ଧରାଶାୟୀ ।। ୫


ରକ୍ତରେ ରଞ୍ଜିତ ହେଲା ଜାଲିଓ୍ବାନା

ବାଗ୍ ର ପ୍ରତ୍ୟେକ ମାଟି ଓ ବାଲି,

ପ୍ରାଣ ର ଆତଙ୍କେ ଆତଙ୍କିତ ହୋଇ

କୂଅ ର ଭିତରେ ପଡ଼ିଲେ ଗଳି ।। ୬


କେହି ବର୍ତ୍ତିଲେ ନି ସେ ବିଭିସିକାରୁ

ବାଳକଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ,

ଇତିହାସ ପୃଷ୍ଠେ ଆଙ୍କି ହୋଇଗଲା

ସେହି ଅଧ୍ୟାୟ ହୋଇ କଳଙ୍କିତ ।। ୭


ଏହା ଦେଖି କ୍ରୋଧେ ଜର୍ଜରିତ ହେଲା

ପଞ୍ଜାବର ସିଂହ ଉଦ୍ଦାମ ସିଂହ,

ଟକ୍ ଟକ୍ ହୋଇ ତାତିଗଲା ରକ୍ତ

ରୋକି ପାରିଲାନି ଭିତରେ କୋହ ।। ୮


ଡାୟାର୍ ର ପ୍ରାଣ ହରିବା ନିମନ୍ତେ

ମନେ ମନେ କଲା ଦୃଢ଼ ସଂକଳ୍ପ,

ସାହସ ବାନ୍ଧି ଉଡ଼ି ଯାଇ ବିଲାତେ

ପହଞ୍ଚିଲା ରଖି ନିଜକୁ ଗୁପ୍ତ ।। ୯


ଲକ୍ଷ୍ୟ ସ୍ଥିର ରଖି ଫୁଟାଇଲା ଗୁଳି

ଟଳି ପଡିଲା ଦୁର୍ଦାନ୍ତ ଡାୟାର,

ଓଲଟା ଗୁଳିରେ ସହିଦ ହୋଇଲା

ପଞ୍ଜାବ ମାଟିର ଉଦ୍ଦାମ ବୀର ।। ୧୦


ଏହି ପରି ଏହି ଦିନଟି ରହିଲା

ଏପରି ଅଭୁଲା ସ୍ମୃତିକୁ ନେଇ,

ଉଦ୍ଦାମ ସିଂହର ବୀରତ୍ବର ଗାଥା

ଲୋକ ମୁଖେ ଗଲା କାହାଣୀ ହୋଇ ।। ୧୧



Rate this content
Log in

Similar oriya poem from Tragedy