STORYMIRROR

Bijay Prusty

Abstract

3  

Bijay Prusty

Abstract

ଅଭୁଲା ଛବି

ଅଭୁଲା ଛବି

1 min
215


ଏମିତି ଗୋଟିଏ ଦିନ ଆସିନାହିଁ

ଯେଉଁଦିନ ଆଖିକୋଣେ

ନାଚି ଯାଇନାହିଁ ବରଷାର ଛବି

ଭିଜିନି ମୁଁ ମନେ ମନେ

କେତେଯେ ଅଦେଖା ସପନ କୋଳରେ

ବିତି ଯାଇଛି ମୋ ରାତି

ବିସ୍ମୃତି ଗର୍ଭରୁ ସ୍ମୃତିକୁ ସାଉଁଟି

ପଥର କରିଛି ଛାତି

ସାଗର ବେଳାରେ ଏକାଏକା ବସି

ନିଜସହ କଥାହୁଏ

ଜୋଛନା ଭିଜାଇ ପାରେନାହିଁ ମୋତେ

ଆଖି ଭିଜୁଥାଏ ଲୁହେ

ଶ୍ରାବଣ ଭାଙ୍ଗିନି ବାଲିଘର ମୋର

ଏବେ ବି ହୋଇଛି ଠିଆ

ଅଥୟ କରୁଛି ବରଷାର ସ୍ମୃତି

ଜଳି ଯାଉଛି ମୋ ହିଆ

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract