STORYMIRROR

Aishwarya Mishra

Abstract Tragedy Inspirational

3  

Aishwarya Mishra

Abstract Tragedy Inspirational

ଅଭିଶପ୍ତ ପୁସ୍ତକ

ଅଭିଶପ୍ତ ପୁସ୍ତକ

1 min
11.6K

ପୁରୁଣା ପାଠାଗାର ର 

ପୁତିଗନ୍ଧମୟ

ପରିବେଶ ମଧ୍ୟରେ

ପତିତ ରୂପେ

ପଡ଼ି ରହିଥିବା 

ପୁରୁଣା ପୁସ୍ତକ ଟି 

ଆଜି ଡ଼ାକୁଛି ହାତ ଠାରି

ହେ ପୁଣ୍ୟମୟ ପାଠକ 

ଉଦ୍ଧାର କର ମୋର

ପୂର୍ଣ୍ଣାଙ୍ଗ ଶରୀର କୁ

ଉଇ ହୁଙ୍କା ର ଗରଳ ମଧ୍ୟରେ 

କ୍ଷୀଣ ହୋଇଚାଲିଛି

ମୋ' ଲଳିତ ରୂପକାନ୍ତି  

କ୍ଷୀଣ ଜୀର୍ଣ୍ଣ ଶରୀରରେ 

ଆଜି ନାହିଁ ଆଉ

ଆଭାମୟ ଉଜ୍ଜ୍ଵଳ ଜ୍ୟୋତି

ତଥାପି

ମୋ ଭିତରେ ଲୁଚି ରହିଛି 

ଜ୍ଞାନ ର ଅନନ୍ତ ଭଣ୍ଡାର 

ବିଦ୍ୟା ରୂପୀ 

ମହା ସାଗର କୁ

ନିଜ ଭିତରେ ସାଉଣ୍ଟି 

ଜାଣିନି କେତେ କାଳରୁ

ପାଠାଗାର ରୂପକ 

କାରାଗାର ରେ

ନଜରବନ୍ଦୀ ମୁଁ 

ଭିନ୍ନ ଏକ 

ପ୍ରସ୍ତର ଅହଲ୍ୟା ସାଜି

ଜୀବନର ଅନ୍ତିମ କାଳରେ

ଆଶା କେବଳ 

ଶ୍ରୀରାମ ରୂପୀ 

ସହୃଦୟ ପାଠକର

କରସ୍ପର୍ଶ

ଆଉ ସେହି କରସ୍ପର୍ଶେ

ଲଭିବି ମୁଁ 

ଏହି ଅଭିଶପ୍ତ ଜୀବନ ରୁ

ଅନିନ୍ଦ୍ୟ ମୁକ୍ତି ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract