STORYMIRROR

Gitarani Mohanty

Romance Tragedy

3  

Gitarani Mohanty

Romance Tragedy

ଅଭିଶାରିକା

ଅଭିଶାରିକା

1 min
456

ପହିଲି ଶ୍ରାବଣଟା ଛୁଇଁ ଦେଇଗଲାପରେ, କେମିତି କହିଥାନ୍ତି,

ଆନମନା ହୁଏ ମନଟା

ଭିଜାମାଟିର ବାସ୍ନାରେ

ସତେ ଅବା ଶ୍ୟାମଙ୍ଗନା ପାଲଟିଯାଅ

ଇନ୍ଦ୍ରଧନୁର ରଙ୍ଗ ମହଲରେ...

ସତେଜ ଚପଳଛନ୍ଦାର ନୂପୁରର

ତାଳେ ତାଳେ ତୁମେ ନୃତ୍ଯଙ୍ଗନା ସାଜିଯାଅ, ମୋ ଆଖି ପଲକରେ

ଏ ସ୍ବପ୍ନଭୀଜା ନିଦୁଆ ଆଖିଟା

ଅଳସ ଭାଙ୍ଗିଲା ବେଳେ

ମନେପଡେ ତୁମକଥା ବେସ୍ ମନେମନେ ।

ଫୁଲ ଗଜରାର କବରୀରେ

ସେହି ମତୁଆଲା ପିଆଲା ସୁରାରେ

ମଧୁଶାଳା ମୂକସାକ୍ଷୀ ସାଜୁଥାଏ ସିନା

ତବାହିର ରୂପେଲି ପରଦାରେ

ମୁଁ କିନ୍ତୁ ଏପଟେ ଅହରହ ଜଳୁଥାଏ

ତୁମରି ସ୍ମୃତିରେ, ଭିଜୁଥାଏ ଶ୍ରାବଣର

ପହିଲି ଛୁଆଁରେ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Gitarani Mohanty

Similar oriya poem from Romance