STORYMIRROR

Gitarani Mohanty

Others

3  

Gitarani Mohanty

Others

ପରିଚୟ"

ପରିଚୟ"

1 min
304


ନିଷ୍ପାପ ଓଠରେ, କଅଁଳ ହସରେ

ବିମୁଗ୍ଧ ମୁଁ ହେଉଥାଏ

ନିଜକୁ ମୁଁ ଦେଖେ ନିଜକୁ ମୁଁ ଖୋଜେ

ପାଉଥାଏ ପିତୃତ୍ବର ପରିଚୟ ।


ଲଙ୍ଘୀଯିବାର ପ୍ରବାଳ ପ୍ରାୟସଟା

ବଳବତ୍ତର ହୋଇ,

ଅହରହ ପ୍ରତିଧୂନି ସାଜୁଥାଏ,

ନିର୍ଭିକତାର ଏକ ପରିଚୟ ଦେଇ ।


ମନ ଆକାଶରେ ଉଡ଼ି ବୁଲୁଥାଏ

ମୋ ପ୍ରିୟା ର ପ୍ରେମରାଜି

ସବୁ ସ୍ବପ୍ନକୁ ସାକାର ମୁଁ କରି

ଜୀଉଁଥାଏ ନିଜପାଇଁ। ।


ପାଇଛି କେତେ ଅବା ହରାଇଛି କେତେ ହିସାବ ମୁଁ ପାଏ ନାହିଁ

ଜୀଇଁଥିଲି କାହାପାଇଁ ଅବା ଜୀଉଁଛି ମୁଁ କାହା ପାଇଁ,

ସଞ୍ଜ ନଇଁ ଆସି ଚୁମାଟିଏ ଦେଇ

ରାତି କହିଦେଇ ଯାଏ

ମୁଁ ମୃତ୍ୟୁ ତୁମରି ପାଇଁ ।।।।

     

      ଶ୍ରୀମତୀ ଗୀତାରାଣୀ ମହାନ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Gitarani Mohanty