STORYMIRROR

Gitarani Mohanty

Others

3  

Gitarani Mohanty

Others

ସମ୍ରାଟ

ସମ୍ରାଟ

1 min
96

ସତରଂଜୀ ଖେଳ ହେଉ ଅବା

ଜୀବନର ଖେଳ

ଖେଳିବାକୁ ଅବଶ୍ୟ ହୁଏ

ସମୟର ଚୋରାବାଳିରେ

ମୁଁ କେବେ ଥକି ପଡିନି ସାରିବାର

ପରିଭାଷା ଜାଣିନି

କାହିଁକି କି ନା ମୁଁ ଏକ ଚକ୍ରବର୍ତ୍ତୀ ସମ୍ରାଟ

ଜିତିବାର ସ୍ବାଦ ମୋତେ କରିଛି ଆତୁର ।

ଶୋଇ ଯା'ନ୍ତୁ ଯେତେ ବୀର ସିପାହୀ

ଚିରନିଦ୍ରାରେ ମା', ମାଟି କୋଳରେ

ମୁଁ କିନ୍ତୁ ପ୍ରତ୍ୟହ ସଜାଗ, ସୁରକ୍ଷାର

କବଚ ପିନ୍ଧି ମୁଁ ପ୍ରତୀକ୍ଷାରତ

କରିବାକୁ ସଂଗ୍ରାମ

ମୋ ଇଲାକାର ମାତୃତ୍ଵର ବକ୍ଷ ଚିରି

ଅମୄତ ପାନ କରି ଆସିବେ ଅବଶ୍ୟ

ଆହୁରି ଅନେକ ବୀର ପରୁଷ

ଦୁଃଶାସନ ମାନଙ୍କ ବକ୍ଷଚିରୀ

ଗାଇବାକୁ ବୀଜୟର ଗୀତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Gitarani Mohanty