ଅଭିନୟ
ଅଭିନୟ


ଜୀବନଟା ଏକ ନାଟକ
ବୁଝି ପାରିଲେ ହେଲା,
ବୁଝି ନପାରିଲେ ମନୁଆ
ଆସି ଜୁଟେ ଝାମେଲା ।
ଦୁନିଆର ରଙ୍ଗମଞ୍ଚରେ
କେହି ନୁହେଁ କାହାର,
ନିଜ ଅଭିନୟ ସରିଲେ
ଫେରିଯିବେ ସତ୍ୱର ।
ପିତା ମାତା ଭାଇ ଭଗିନୀ
ସଖା ବନ୍ଧୁ ବାନ୍ଧବ,
ସାଇପଡିଶାର ସହିତେ
ଥିଲେ ଆନନ୍ଦ ଭାବ ।
ଅଭିନୟ ତୋର ଜମିବ
ସର୍ବେ ହୋଇବେ ଖୁସି,
ପ୍ରଶଂସାରେ ଦିନ ବିତିବ
ଦୁଖଃ ଯିବରେ ନାଶି ।
କାମ କ୍ରୋଧ ମୋହ ମାୟାରେ
ସାରା ସଂସାର ବନ୍ଧା,
ଜୀବନ ଜୀବିକା ପାଇଁକି
ସର୍ବେ କର୍ମରେ ଛନ୍ଦା ।
କିଏ ଚାଲେ ସତ୍ୟ ପଥରେ
କା'ର ମିଥ୍ୟା ଆଶ୍ରୟ,
କିଏ ପର ସେବା କରଇ
କିଏ ହୁଏ ନିର୍ଦୟ ।
ଯାତ୍ରା ଅଭିନୟ ସରିଲେ
ରଙ୍ଗ ପୋଛି ପକାନ୍ତି,
କିଏ କେତେ ଭଲ କରିଲା
ତାକୁ ଗୁଣି ହୁଅନ୍ତି ।
ଆସିଅଛୁ ଏହି ସଂସାରେ
ନିଜ ଚରିତ୍ର ନେଇ,
ଚରିତ୍ରଟା ଭଲ ହୋଇଲେ
ସର୍ବେ ଝୁରିବେ ଧ୍ୟାୟୀ ।
ପରନିନ୍ଦା କୁତ୍ସା ରଟନା
ଖଳନାୟକ ଭଳି,
ପରସେବା ଦୁଃଖ ହରଣ
ମୁଖ୍ୟ ନାୟକ ଭଳି ।
ଯିଏ ଦେଇଅଛି ଜୀବନ
ତାଙ୍କୁ ଭୁଲିବା ନୁହେଁ,
ଅଭିନୟ କଲେ କେମନ୍ତ
ସିଏ ହିସାବ ଚାହେଁ ।
ଭଲ କରିଥିଲେ ଜୀବନେ
ସଦ୍-ଗତି ମିଳିବ,
ଭେଲ କରିଥିଲେନିଶ୍ଚୟ
ନର୍କଗାମୀ ହୋଇବ ।