STORYMIRROR

Laxman Kumar Behera

Tragedy Inspirational

3  

Laxman Kumar Behera

Tragedy Inspirational

ଅଭିନୟ

ଅଭିନୟ

1 min
329


     କିଏ ପର ଆପଣାର ,

     ଖୋଲା ଜନ୍ମ ମୃତ୍ଯୁଦ୍ବାର ।

        ଛି କର ଅନୀତି କର୍ମ,

     କର ଦେଶେ ଜୀବ ଧର୍ମ ।

    ଭାବ ଜୀବ ସରବେ ସଂପର୍କୀୟ, 

    ଏ ଜୀବନଟା ଏକ ଅଭିନୟ ।


     ଥାଉ ଶାନ୍ତି - ଦାନ - ଦୟା,

     ନ ଥାଉ ହେ ମୋହ ମାୟା ।

          ନ କର ଦେଶକୁ ଖାର, 

          ବଚନ ବୋଲ ରୁଚିର ।

       ଭାବ ଜୀବ ସରବେ ସଂପର୍କୀୟ, 

       ଏ ଜୀବନଟା ଏକ ଅଭିନୟ ।


     ଚଲାପଥେ ସୁଖ ଦୁଃଖ, 

     କୁକର୍ମ କେବେ ନ ଦେଖ ।

         ଖେଳ ଘର ଏ ସଂସାର,

         ଖେଳ ଅନ୍ତେ ଯମପୁର ।

      ଭାବ ଜୀବ ସରବେ ସଂପର୍କୀୟ, 

     ଏ ଜୀବନଟା ଏକ ଅଭିନୟ ।


    ପବିତ୍ର ଗ୍ରନ୍ଥ ପଠନ, 

    ପାପ ନାଶ ସୁଧୀ ଜନ ।

       ସଂସାରେ ଧର୍ମର ଜୟ, 

       ଅଧର୍ମର ହେବ କ୍ଷୟ ।

    ଭାବ ଜୀବ ସରବେ ସଂପର୍କୀୟ, 

    ଏ ଜୀବନଟା ଏକ ଅଭିନୟ ।


     ଷଡରିପୁ ଶ୍ରେଷ୍ଠ ବୈରୀ, 

     ପୂଣ୍ୟର କେ' ହେବ ସରି ।

          ହେ ସୃଷ୍ଟିର ଜୀବଗଣ, 

          ରଖ ହେ ମାନସମ୍ମାନ ।

       ଭାବ ଜୀବ ସରବେ ସଂପର୍କୀୟ, 

       ଏ ଜୀବନଟା ଏକ ଅଭିନୟ ।


    ହୁଅ ହେ ମହାତ୍ମା ଜନ, 

    ଥାଉ ସଦା ପୂତ ମନ ।

       ମନେ ଥାଉ ସତ୍ଯ - ଶାନ୍ତି, 

       ନ ଥାଉ ହେ ଭୟ ଭ୍ରାନ୍ତି ।

    ଭାବ ଜୀବ ସରବେ ସଂପର୍କୀୟ, 

    ଏ ଜୀବନଟା ଏକ ଅଭିନୟ ।


     ସଂସାର ମାୟା ବନ୍ଧନେ, 

     ଜୀବନ ଯିବ କ୍ରନ୍ଦନେ ।

          ଅଭିନୟ ଚଲାପଥ, 

          ମିଛ ଏ ସଂସାର ରଥ ।

       ଭାବ ଜୀବ ସରବେ ସଂପର୍କୀୟ, 

       ଏ ଜୀବନଟା ଏକ ଅଭିନୟ ।


▪▪▪▪▪▪▪▪▪


Rate this content
Log in

Similar oriya poem from Tragedy