STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ଅଭିନୟ

ଅଭିନୟ

1 min
203

ଏ ମହୀମଣ୍ଡଳ ଅଟେ ରଙ୍ଗ ମଞ୍ଚ 

ସର୍ବେ ଏଠି ଅଭିନେତା 

ନିୟତି ନାଟକେ ଅଭିନୟ କରି 

ଦେଖାନ୍ତି ନିଜ ଦକ୍ଷତା 

ଭଗ୍ନୀ ଜାୟା ମାତା ସୂତା 

ପୁତ୍ର ପୁଣି ପିତା କେବେ ବନ୍ଧୁ ସଖା 

ଚରିତ୍ରର ବିବିଧତା ।


ସମ୍ପର୍କ ସଂଳାପ ଵିଧି ନିର୍ଦେଶକ 

ମଣିଷ କାଠ କଣ୍ଢେଇ 

କାଳ ନଚାଉଛି କର୍ମ ଦଉଡିକୁ 

ମଣିଷ ତେଣୁ ନାଚଇ 

ନୀରବ ଦର୍ଶକ ହୋଇ 

ଦେଖୁଅଛି ଜଣେ ସବୁ ଅଭିନୟ 

ରହିଣ ସଦା ଅନେଇ ।



ଅଭିନିତ ହେଉ ମହାନାଟକରେ 

ସତ୍ୟ ଶାନ୍ତି ଦୟା କ୍ଷମା 

ତେବେ ଟି ହସିବ ମରୁ ରଙ୍ଗ ମଞ୍ଚ 

ପାଇ ସରଗ ସୁଷମା 

ନିରାଶ ନ ହୋଇ ଜମା 

ଚରିତ୍ରକୁ ଦିଅ ଜୀବନର ସ୍ପର୍ଶ 

ଅତୁଳନୀୟ ଉପମା ।


Rate this content
Log in

Similar oriya poem from Abstract