STORYMIRROR

Amita Rath

Inspirational

3  

Amita Rath

Inspirational

ଅଭିନୟ

ଅଭିନୟ

1 min
192

ଅମ୍ରୃତମୟ ଏ ସ୍ରୃଷ୍ଟି ତଳେ,

ଅଭିନେତା-ଅଭିନେତ୍ରୀ ଆମେରେ।

ଭବ ରଙ୍ଗମଞ୍ଚ ହୋଇଛି ସଜ,

ଏଇ କଥାଟିକୁ ସଭିଏଁ ହେଜ।

ବରାଦ ଆମକୁ ସମୟ କରେ,

ତା'କଥା କୁ ମାନି ଚାଲିବା ହେଳେ।

ଅଭିନୟ ଏକ ସୁକ୍ଷ୍ମ କଳା,

ତା' ପାଇଁ କିଛି ନାହିଁ ରେ ଲୋଡ଼ା।

ଟଙ୍କା ,ପଇସା ,ଧନ, ରତନ,

ମଣି ମାଣିକ୍ୟ କୁ କରି ଯତନ।

ଲାଭ ନାହିଁ କିଛି ଏ ଭବ ତଳେ,

ପୂଣ୍ୟ ଅର୍ଜ ଭାଇ ଧରା ଧାମରେ।

ଏ ମଂଚରେ ଅଭିନୟ କରିବା,

ଧନ ନୁହେଁ ଆମେ ଧର୍ମ ଅର୍ଜିବା।

ସେଇ ଧର୍ମ ଧନେ ହୋଇଣ ଧନୀ,

ମୁକତି ର ପଥେ ହୋଇ ସନ୍ଧାନୀ।

ଯେତେ ଦିନ ଏଇ ଭବେ ରହିବା,

ପର କୁ ଆପଣା ମନେ କରିବା।

ମଧୁର ବଚନେ ତୋଷିବା ମନ,

ଧର୍ମ ଭାବେ ସଦା ଅର୍ଜିବା ପୂଣ୍ୟ।

ଯାହାକୁ ବରାଦ ଅଛି ଯେତିକି,

ମଂଚେ ଅଭିନୟ କରି ସେତିକି।

ବାହୁଡ଼ିବା ପୁଣି ସେଇ ପଥରେ,

ଲୟ ରଖି ପ୍ରଭୁ ପାଦ ପଦ୍ମରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational