STORYMIRROR

Dharitri Das

Abstract

2  

Dharitri Das

Abstract

ଅଭିନୟ

ଅଭିନୟ

1 min
127


ସଂସାର ରୂପକ ଏ ରଙ୍ଗ ମଞ୍ଚରେ

ଜନମିଛେ ଆମେ ମଣିଷ ରୂପରେ।

କିଏ କାର ପିତା କିଏ କାର ମାତା

ସଭିଏଁ ଜଣେ ଜଣେ ଅଭିନେତା।

ବାହୁଡ଼ିବା ସର୍ବେ ଅଭିନୟ ସାରି

ଯେଝା ବାଟେ ଯେଝା ଯିବା ଅନୁସରି।

ମଣିଷ ହୋଇ ଆମେ ହେଜୁନା କିପରି

ରହିଅଛି କାଳ ମୁଣ୍ଡେ ଖଣ୍ଡାକୁ ଧରି।

ଏତେପରେ ବି ସ୍ୱାର୍ଥକୁ ଜାବୁଡି ଧରି

ଅବିବେକି ପରାଏ ଯାଉଛୁ କର୍ମ କରି।

ରାତି ପାହିଲାଣି ସୁରୁଜ ଉଇଁଲାଣି

ରଙ୍ଗ ମଞ୍ଚ ଛାଡି ଚାଲି ଯିବରେ ପୁଣି।

ଶ୍ରେଷ୍ଠ ଜୀବ ହୋଇ ବୁଝି ନ ବୁଝିଲା ପରି

ସଂସାର ଜଞ୍ଜାଳେ କାହିଁ ହେଉଅଛ ଘାରି।

ବେଳଥାଉଁ ଆସ ସର୍ବେ ହେବା ସାବଧାନ

ମୁକ୍ତିପଥ ଅନୁସରି ଜପି ହରିନାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract