STORYMIRROR

ସନାତନ ଦାସ

Abstract

3  

ସନାତନ ଦାସ

Abstract

ଅଭିନୟ

ଅଭିନୟ

1 min
220

ହସିବାର ମିଛ ଅଭିନୟ କରି,

ମୋତେ ନିଜର କରିବାର ଆଳ ଦେଖାଇ,

ଚାଲିଗଲ ତୁମେ ସତରେ ମୋ ଆଖିରେ ଅସରନ୍ତି ଲୁହ ଦେଇ,..!!


କେହି ପଚାରିଲେ, 

ଲୁହ ଦେଖି ମୋର...

ହସି କହିଦିଏ,

"ମୁଁ ପରା କାନ୍ଦିବାର ଅଭିନୟ କରଇ,

ମୁହଁ ରେ କୃତ୍ରିମ ହସ ଫୁଟାଇ..!!


ଏତେ ସୁନ୍ଦର ଅଭିନୟ ରେ

ଜିତି ନେଇ ମୋ ହୃଦୟକୁ,

ତୁମେ ବନ୍ଧା ପଡ଼ିଗଲ ଆଉ କାହାର

ହୃଦୟ ଭିତର ସିନ୍ଦୂକ ରେ..!!


ବାଃ..!! ଘୃଣା କରିବି କି ନିଜ କୁ,

ଅବା ନିରୁଦ୍ଦୀଷ୍ଟ ହୋଇଯିବି 

ଏ ଧରା ବକ୍ଷରେ,

ହଜିଯିବି ସବୁ ଦିନ ପାଇଁ

ଅଭିନୟରେ ସ୍ମୃତି ଟିଏ ହୋଇ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract