STORYMIRROR

pranati Mahapatra

Abstract

3  

pranati Mahapatra

Abstract

ଅଭିନୟ

ଅଭିନୟ

1 min
11.6K

ଏତେଦିନ ହେଲା ବନ୍ଦ ଓଡ଼ିଶା

ଅଣ୍ଟିରେ ନାହିଁ ମୋ ଫୁଟା କଉଡି,

ଘରେ ନାହିଁ ଏଣେ ଚାଉଳ ପରିବା

ଘରେ ଗୋଳ ହୁଏ ଘଡିକୁ ଘଡି।

ଏ ଦରବ ନାହିଁ ସେ ଦରବ ନାହିଁ

ବୁଝନ୍ତିନି କେହି ମୋ ଅସହାୟ,

ଆଗକୁ ଆସୁଛି ପଣାସଙ୍କରାନ୍ତି

ମନ ମୋ ଡ଼ହଳ ବିକଳ ପ୍ରାୟ।

କାମକୁ ଗଲେ ମୁଁ ଦି ପାଇଟି କରି

ଆଣୁଥିଲି ଯାହା ଚଳଇ ଘର,

ଘରେ ବସି ବସି ସ୍ଥାଣୁ ହୋଇ କେତେ

ଅଭିନୟ କେତେ କରିବି ମୁଁ ଅଟେ ଛାର।

ମାଗିଲେ ପଇସା ମାଲିକ କୁହଇ

ଦେଇ ପାରିବିନି ଟଙ୍କା ପଇସା,

ଯେତେ ଧର୍ମଘଟ ଅନଶନ କଲେ

ଛାଡ଼ ଚାକିରି ହୁଅ ଲୋକହସା।

ଭିକମୁଠେ ପାଇଁ ଚାଉଳଟେ ନାହିଁ

ଫୁଟଣ ପାଇଁ ଯେ ତେଲ ବି ନାହିଁ,

ଦାନ୍ତକୁ ନିକୁଟି ହସୁଥାଏ ଖାଲି

ତଥାପି ଅଭିନୟ ମୋ ସରୁନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract