Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract

4  

Anupama Sahu

Abstract

ଅଭିନୟ

ଅଭିନୟ

1 min
577


ଏ ସଂସାର ଏକ ରଂଗମଞ୍ଚ ପରା

ଆମେ ସବୁ କଳାକାର

ଅଭିନୟଆମେ କରୁନାଟକରେ

ଅଭିନେତା ନେତ୍ରୀଙ୍କର ।


ଦୃଶ୍ୟ ପରେ ଦୃଶ୍ୟ ଅଭିନୀତ ହୁଏ 

ଛିଡାଇବା ଯୋଡିବାରେ

ସବୁ ସଂପର୍କ ତ ଗ୍ରହଣୀୟ ନୁହେଁ 

ନାୟକ ନାୟିକା ଠାରେ ।


ସବୁ ସଂପର୍କର କର୍ତ୍ତବ୍ୟ ସୀମିତ 

ଅଧିକାର ଅସୀମିତ

ଆଶା ନିରାଶାର ପ୍ରାପ୍ତି ଅପ୍ରାପ୍ତିର

ଲୁକ୍କାୟିତ ରହେ ସ୍ୱାର୍ଥ ।


ଜୀବନ ନାଟକେ ଯେଉଁ କଳାକାର 

ପରିବାର କଥା ଭାବେ

କଳା ପ୍ରଦର୍ଶନ ଶତକଡା ଶହେ 

ଦର୍ଶକ କାହିଁ ପାଇବେ ।


ସଂପର୍କ କର୍ତ୍ତବ୍ୟ ସ୍ୱାର୍ଥ କଥା ଯଦି 

କଳାକାର ଭାବୁଥିବ 

ନାଚିବା ଗାଇବା ହସିବା କାନ୍ଦିବା 

ଅଭିନୟ ବାଧା ହେବ ।


ମାନ ଅଭିମାନ ନିଃସ୍ୱାର୍ଥ ଭାବନା 

 ଆନନ୍ଦ ହିଁ ନିର୍ଭେଜାଲ

ଅନ୍ତର ଦହନ କରି ପ୍ରଶମନ 

ତୃପ୍ତି ଦାନେ ମାତି ଚାଲ ।


ସ୍ୱାର୍ଥ ପାଇବାକୁ ସବୁ ସଂପର୍କରେ 

ହୁଅନ୍ତି ଟଣା ଓଟରା

ଅଭିନୟେ ଅଧିକାର ଦାବୀ କରି 

ଆଘାତ ଦିଅନ୍ତି ପରା ।


ପୂର୍ବ ଜନ୍ମ ସୁକୃତର ଫଳ ପରା 

ଏଇ ଜନ୍ମେ ଲାଭ ହୁଏ

ଯାହା ଦେଇ ନାହୁଁ ଗତ ଜନମରେ 

ଚାହିଁଲେ କି କେହି ପାଏ ।


ମନ ଜାଣି ଫଳ ଦିଅନ୍ତି ଈଶ୍ବର 

ଶାସ୍ତ୍ରେ ହୋଇଅଛି ଲେଖା

ସ୍ୱଚ୍ଛ ଅଭିନୟ ଅଟେଗଙ୍ଗାଜଳ 

ମନଜାଣି ହୁଏଦେଖା ।


ଜୀବନର ମଧୁଛନ୍ଦ ନିନାଦିତ 

 ଜୀବନ ଯାତ୍ରାରେ ଆମ

ଅବ୍ୟାହତ ରଖି ଚାଲିବା କଠିନ 

କଳା ଅଟେ ଏ ବିଷମ ।


ଅନ୍ତରର ଜ୍ବାଳା ଗୁପ୍ତରଖି ମେଘ

ଜଳସଦା ଢାଳିଦିଏ

ରାଜା ଯେଉଁ ପରି ସୁଖତ୍ୟାଗ କରି

ପ୍ରଜାଗଣ ପାଳିଥାଏ ।


ଜୀବନର ଶ୍ରେଷ୍ଠ କଳାଅଭିନୟ

ଦକ୍ଷତା ସହ ତୁଲାଇ

ଏ ମର ଜଗତେ ଚିରଦିନ ଥିବା

 ଅମର ପ୍ରତିଭା ହୋଇ ।


Rate this content
Log in

Similar oriya poem from Abstract