STORYMIRROR

Goutam Mohanty

Inspirational

4  

Goutam Mohanty

Inspirational

ଅଭିନନ୍ଦନ

ଅଭିନନ୍ଦନ

1 min
353


ଦିନ ପରେ ଦିନ ବିତି ହୁଏ ମାସ

   ଆସେ ତ ନୂଆ ବରଷ

ସ୍ଵାଗତ କରନ୍ତି ଆନନ୍ଦ ମନାନ୍ତି

    ମନରେ ଥାଏ ହରଷ।


ଯେ ଯାହା ଖୁସିକୁ ଆପଣେଇ ନେଇ

   ମଜାରେ ଥାନ୍ତି ବିତାଇ

ପ୍ରତି ଘର କୋଣେ ବୃଦ୍ଧ ପିତା ମାତା

   ପଛ କଥା ଭାବୁଥାଇ।


ଫେରି କି ଆସନ୍ତା ସେ ପୁରୁଣା ବର୍ଷ

   ସ୍ଵର୍ଗପୁର ପରି ଘର

ଯହିଁ ସ୍ନେହ ଶ୍ରଦ୍ଧା ଥାଏ ନିରନ୍ତର

   ଥାଏ ଯୌଥ ପରିବାର।


ହିଂସା କ୍ରୋଧ ଠାରୁ ବହୁ ଦୂରେ ଥାଇ

    ସାଉଁଟି ନିଅନ୍ତି ସୁଖ

ବାପା ସଦା ଖୁଡି ଅଭିନ୍ନ ସମ୍ପର୍କ

     ଜାଣି ନ ପାରନ୍ତି ଦୁଃଖ।


ପ୍ରଗତି ଚାଲିଛି ଯୁଗ ବଦଳିଛି 

   ବଦଳେ ସମ୍ପର୍କ ଆଜି

ବାପା ମାଆ ଆଉ ସନ୍ତାନ ମିଶିଲେ

    ହୋଇଯାଏ ବଣ ଭୋଜି।


କାହାପାଇଁ ଆଣେ ହରଷ ଏ ବର୍ଷ

   ପର୍ବ ବଡବଡ଼ିଆ ର

ଦିନ ଦୁଃଖୀଙ୍କର ସବୁ ତ ସମାନ

   ଖେଳ ତ ଆମ ଭାଗ୍ୟର।


କେତେ ଅଭାଗିନୀ ଲୁହ ସାଥୀ ତାଙ୍କ

   ନିଶାସକ୍ତ ସ୍ଵାମୀ ସା'ର

କେତେ ମାଆ କୋଳ ଶୂନ୍ୟ ବି ହୋଇବ

    ଶ୍ମଶାନ ହୁଏ ତା ଘର।


ମନର ଭାବନା ବଦଳାଇ ଦେଇ

  ପାଳିବା ନୂଆ ବରଷ

ଦୁଃଖୀଙ୍କର ଦୁଃଖ ହରଣ କରିବା

   ତା ମୁଖେ ଫୁଟାଇ ହସ।


ଗୋଷ୍ଠୀଭୁକ୍ତ ହୋଇ ଲଗାଇବା ଚାରା

    ଆଗାମୀ ଭବିଷ୍ୟ ପାଇଁ

ଆମରି ଦାୟାଦ ଅମ୍ଳଜାନ ଲାଗି

   ହନ୍ତ ସନ୍ତ୍ ହେବେ ନାହିଁ।


ଜଳ ହିଁ ଜୀବନ ନ ରୁହ ମଉନ

  କୋଡିଏ ମସିହା ପାଇଁ

ଚାରଣ ଭୂମିରେ ଚାରା ରୋପି ଦେବା

    ସଂକଳ୍ପ ମନରେ ନେଇ।


ପ୍ରଚାର ପ୍ରସାର କର ଘର ଘର

   ସଜାଗ ସଭିଏଁ ହୁଅ

ନିଶାମୁକ୍ତ ହେଉ ଆମରି ଏ ଦେଶ

    ନିଶା ଠୁ ଦୂରେଇ ରୁହ।


ଏ ନୂଆ ବରଷେ ପଣ କରି ବସ

     ନିଶା କରିବା ବର୍ଜନ

ଘର ପରିବାର ସଜାଡ଼ିବ ଯେବେ

     ଆସିବନି ଯେ ଦୁର୍ଦ୍ଦିନ।


ଅହଂ ଭାବ ତ୍ୟାଗୀ ସମ୍ପର୍କ ଚିହ୍ନିବା

   ବାପା ମାଆ ନ କାନ୍ଦିବେ

ଯାହା ପାଇଁ ତୁମେ ହୋଇଛ ସମର୍ଥ

    ପ୍ରତି କ୍ଷଣେ ରହିଥିବେ।


ଏତିକି ମିନତୀ ନୂତନ ବରଷେ

  ନ ଭୁଲ ବାପା ମାଆଙ୍କୁ

ଯାହା ବି ସମସ୍ୟା ଜୀବନେ ଆସିଲେ

   ନ ପଠା ବୃଦ୍ଧାଶ୍ରମକୁ। 


ଶେଷେ ମୁଁ ଦେଉଛି ଅଭିନନ୍ଦନ ଯେ

  ଆଦରେ କର ଗ୍ରହଣ

ସଭିଙ୍କ ଜୀବନେ ଶାନ୍ତି ଭରିଯାଉ

   ଆନନ୍ଦେ କଟାନ୍ତୁ ଦିନ।


Rate this content
Log in

Similar oriya poem from Inspirational