Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଅଭିନନ୍ଦନ ସୁନାଝିଅ

ଅଭିନନ୍ଦନ ସୁନାଝିଅ

1 min
386



ଜିଲ୍ଲା ମୟୂରଭଞ୍ଜ ରାଇରଙ୍ଗପୁର

ଆମ ଓଡ଼ିଶାର ମାଟି

ଗର୍ବିତ ଆଜି ସମଗ୍ର ଭାରତ

ସୁନାଝିଅ ରାଷ୍ଟ୍ରପତି ।


ପାହାଡ଼ର କନ୍ୟା ସେ ଟିକି ଝରଣା

ସୁବାସିତ ବଣମଲ୍ଲୀ

ଉତ୍ସର୍ଗ ନିଷ୍ଠାରେ ସୁବାସ ମହକେ

ବହେ ପ୍ରାଣୋଚ୍ଛ୍ୱାସ ତୋଳି ।


ଦାରିଦ୍ର୍ୟ କଷଣ ଶତ ବାଧାବିଘ୍ନ

କରି ସିଏ ଉଲ୍ଲଙ୍ଘନ

ହସାଇଛି ତୀରେ ସବୁଜ ସୁନ୍ଦର

ସ୍ୱନ କୁଳୁକୁଳୁ ସ୍ୱପ୍ନ ।


ସ୍ୱାଧୀନ ଭାରତେ ଜନ୍ମ ନେଇଥିବା

ଦୁହିତା ଦ୍ରୋପଦୀ ମୁର୍ମୁ

ଗିରିଜନ କୁଳ କରିଲେ ଉଜ୍ଜ୍ଵଳ

ଅଭିନନ୍ଦନୀୟ ଏଣୁ ।


ସହି ଦୁଃଖକଷ୍ଟ ଅରଜିଲେ ବିଦ୍ୟା

ମାଟିର ସାନ୍ତାଳୀ ଝିଅ

ଜୀବନ ସ°ଗ୍ରାମେ ହରାଇଲେ ସ୍ୱାମୀ

ଅକାଳରେ ଦୁଇପୁଅ ।


ରଖି ମନୋବଳ ଦୁର୍ଦ୍ଦିନ ସମୟେ

ଜୀବିକା ଅର୍ଜନ ପାଇଁ

ଅତି ସାଧାରଣ କର୍ମ ନିଯୁକ୍ତିରେ

ନଥିଲା ବି କୁଣ୍ଠା କାହିଁ ।


ପଚିଶି ବରଷ ରାଜନୀତି ସେବା

ପ୍ରଥମେ ସମିତି ସଭ୍ୟ

ଆଗକୁ ଆଗକୁ ଏମଏଲଏ ମନ୍ତ୍ରୀ

ହେଲେ ରାଜ୍ୟପାଳ ମଧ୍ୟ ।


ସ°ପ୍ରତି ସମାପ୍ତ ପଞ୍ଚଦଶତମ

ରାଷ୍ଟ୍ରପତି ନିର୍ବାଚନ

ଦେଶର ପ୍ରଥମ ନାଗରିକ ପଦ

କରିବେ ମୁର୍ମୁ ମଣ୍ଡନ ।


ଭଞ୍ଜ ମାଟି କନ୍ୟା ଦ୍ରୋପଦୀଙ୍କ ପାଇଁ

ଓଡିଶା ଗୌରବାନ୍ୱିତ

ରାଇସିନା ହିଲ୍ସ ସୃଜୁ ଇତିହାସ

ଜୀବନ ହେଉ ସାର୍ଥକ ।


ପ୍ରଚଳୁ ଜୀବନ ପ୍ରଗତିର ଚକ୍ର

ଗତି ଲଭୁ ନିଷ୍ପେସିତ

ହେଉ ତ୍ୱରାନ୍ୱିତ ସ୍ୱଚ୍ଛନ୍ଦ ସ୍ୱଚ୍ଛଳ

ଗଣତନ୍ତ୍ର ସୁରକ୍ଷିତ ।

  


Rate this content
Log in

Similar oriya poem from Inspirational