The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

sushama Parija

Tragedy

3  

sushama Parija

Tragedy

ଅଭିମାନିନୀ

ଅଭିମାନିନୀ

2 mins
79



ସବୁ ତ ଠିକ୍ ସେମିତି ହିଁ ଅଛି 

ଆମ ମୁମ୍ବାଇ ଆପାର୍ଟମେଣ୍ଟ୍ ରେ,

ଡ୍ରଇଁରୁମ୍ ରେ ତୁମେ ସଜେଇଥିବା 

ସୋଫା ସେଟ୍, ଯୋଡି ମୟୂର ର ମୂର୍ତ୍ତି 

କାନ୍ଥ ରେ ତୁମ ହାତ ଅଙ୍କା ଅଏଲ୍ ପେଣ୍ଟିଂ, 

ବେଡ୍ ରୁମ୍ ରେ ସେମିତି ବ୍ୟବସ୍ଥିତ ଅଛି 

ତୁମ ବିଛଣା, ତକିଆ, ବେଡ୍ ସିଟ୍ ଇତ୍ୟାଦି, 

ତୁମ ୱାର୍ଡ ରୋବ୍ ରେ ଝୁଲନ୍ତ ଓ ଇସ୍ତ୍ରୀ ଦିଆ

ମାଳ ମାଳ ଡ୍ରେସ୍, ଆଉ ଦାମୀ ଶାଢୀ ସବୁ,

ଡ୍ରେସିଂ ଟେବୁଲ୍ ଉପରେ ଥୁଆ ତୁମର କସ୍ମେଟିକ୍ସ, 

ଡ୍ରୟାର୍ ଭିତରର ମ୍ୟାଚିଂ ଆର୍ଟିଫିସିଆଲ୍ ଜୁଏଲାରୀ,

କିଚେନ୍ ରେ ତୁମ ସାଇତା ସବୁ ଘରକରଣା, 

ବାଥ୍ ରୁମ୍ ରେ ବି ଝୁଲୁଛି ତୁମ ସାୱାର ସୁଟ୍, 

ହେଲେ ତୁମେ ତ କେଉଁଠି ହେଲେ ବି ନାହଁ, 

ଏମିତି ତ ହେବା କଥା ନୁହେଁ ପ୍ରିୟା ମୋର ! 

ଏମିତି କି ଅଭିମାନ ? କି ରାଗ ରୁଷା ??


ମାତ୍ର କେତୋଟି ବର୍ଷ ର ତ ଦାମ୍ପତ୍ୟ ଆମର,

ବାହା ବେଦୀ ରେ ହୋମଅଗ୍ନି କୁ ସାକ୍ଷୀ ରଖି 

ଶପଥ ନେଇଥିଲେ ପରା , ଜନ୍ମ ଜନ୍ମାନ୍ତର କୁ

ସାଥୀ ହୋଇ ରହିବା, ସୁଖ ଦୁଃଖ ସହିବା, 

କେମିତି ? କାହିଁକି ଭୁଲିଲ ସେ ଶପଥ ??

ସବୁ ତ ଠିକ୍ ଚାଲିଥିଲା ନିଜ ବାଟରେ,

ମୋ’ଅଫିସ୍, ତୁମ ସ୍କୁଲ୍, ଝିଅ ର ସ୍କୁଲ୍ ,

କେଉଁଠାରେ ବି ତ ନଥିଲା ଝଡର ଆଭାସ! 

ଫୁଲମାନେ ହସୁଥିଲେ, ଜହ୍ନ ତାରା ହସୁଥିଲେ, 

ହସଖୁସିରେ ଚାଲିଥିଲା ଆମ ଛୋଟ ସଂସାର।।


ହଠାତ୍ ଖବର ଆସିଲା ଗାଆଁ ରୁ, 

ବୋଉ ଭୀଷଣ ଅସୁସ୍ଥ, ଶିଘ୍ର ଆସ !

ତୁମେ ନିଜେ ତ ପଠାଇଥିଲ ମୋତେ ଗାଆଁ କୁ, 

“ମୋ’ ସ୍କୁଲ୍ ରେ ପିଲାଙ୍କର ଫାଇନାଲ୍ ପରୀକ୍ଷା,

ଏ ସମୟରେ ସେମାନଙ୍କୁ ଛାଡିଯିବା ଅସମିଚୀନ,

ସେଇ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ ,

ବରଂ ତୁମେ ଅଫିସ୍ ରୁ ଛୁଟି ନେଇ ଯାଅ, 

ଗାଆଁ ରେ ବୋଉଙ୍କୁ ଦେଖି ଆସିବ “ କହିଲ ,

 ମାନିଲି ,ମୁଁ ତ ଚିରକାଳ ତୁମର ବଶମ୍ବଦ, 

ତୁମରି କଥା ମାନି ଆସିଥିଲି ଗାଆଁ କୁ ,

ବୋଉ ର ଅସୁସ୍ଥତା ବଢିଲାରୁ ବାଧ୍ୟ ହେଲି

ଆଉ କିଛି ଦିନ ରହିବାକୁ ତା’ ପାଖରେ ।।


କେଜାଣି କେଉଁଠି ଥିଲା ଏ ଅଦୃଶ୍ୟ ଶତ୍ରୁ, 

ମାଡି ଆସିଲା ଭୟଙ୍କର ରୂପ ନେଇ, 

ସାରା ଦେଶ ସାରା ରାଜ୍ୟ ଆତଙ୍କିତ ହେଲା, 

ଲକ୍ ଡାଉନ୍, ଶଟ୍ ଡାଉନ୍ ରେ ବନ୍ଦୀ ହେଲି ମୁଁ, 

ଫେରିବାକୁ ଚେଷ୍ଟା କରି ମଧ୍ୟ ଅସଫଳ ହେଲି,

ତୁମକୁ ତ ଫୋନ୍ ରେ ଜଣାଇଥିଲି ସବୁକଥା , 

ତୁମେ ବି ତ ସବୁ ଶୁଣିଥିଲ , ବୁଝିଥିଲ,

ତଥାପି, ତମେ କେମିତି ଅଭିମାନ କଲ ପ୍ରିୟେ !

କେଉଁ ଦୋଷ ପାଇଁ ମତେ ଏତେ ବଡ ଦଣ୍ଡ ଦେଲ? 

ମୋ’ ଫେରିବା ଯାଏଁ ମଧ୍ୟ ଅପେକ୍ଷା କରି ପାରିଲନି? 

ମୋତେ ଟିକେ ବୁଝିବାକୁ ଚେଷ୍ଟା ମଧ୍ୟ କଲ ନାହିଁ ? 

ମୋ’କଥା, ଆମ ଝିଅ କଥା ,ଟିକିଏ ଭାବିଲନି??

ତୁମକୁ ଝାମ୍ପି ନେଲା ଅଦୃଶ୍ୟ ଶତ୍ରୁ ର ଖୁନୀ ପନ୍ଝା ,

ଆମ ଅଜ୍ଞାତସାରରେ, ଟେର୍ ପାଇଲୁନି ଆମେ,

ଶେଷ କଥା ପଦେ କହିଲନି, ଶେଷ ଦେଖା ବି ଦେଲନି,

ବିବାହର ପରଦିନ ପରା କହିଥିଲ, ତୁମେ ଆଉ ମୁଁ, 

ଏକ ଓ ଅଭିନ୍ନ , ମରିବା ଯାଏଁ ସାଥିରେ ରହିବା,  

ଏଇ କ’ଣ ପ୍ରେମ ତୁମର ? ଏଇ କ’ଣ ତୁମ ପ୍ରତିଶ୍ରୁତି ??

ମୁଁ ତ ସବୁଦିନେ ଅସଜଡା, ତୁମେ ହିଁ ସଜାଡି ଥିଲା ସବୁ 

ଏବେ କୁହ ତ କେମିତି ସଜାଡିବି ନିଜକୁ, ଆମ ଝିଅକୁ???



Rate this content
Log in

More oriya poem from sushama Parija

Similar oriya poem from Tragedy