STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଅଭିମାନୀ ମହାଲକ୍ଷ୍ମୀ

ଅଭିମାନୀ ମହାଲକ୍ଷ୍ମୀ

1 min
397

ଦିନେ କହି ପାଞ୍ଚଦିନ ହୋଇଗଲା

ଭଣ୍ଡେଇ ଯେ ଗଲ କାହିଁ

ତୁମ ବିନା ଆଜି ଶୁନ୍ୟ ଶ୍ରୀମନ୍ଦିର

କୋଳାହଳ ଶୁଭେନାହିଁ। 


ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ

ଶୁଣିଲି ଗୁଣ୍ଡିଚା ଗଲ,

ମୋତେ ଛାଡ଼ିଦେଇ ବୁଲିବା ପାଇଁକି

କିପରି ସାହସ କଲ ।


କଥା ଦେଇଥିଲ ପାଶେଥିବ ମୋର

ଯୁଗ ଯୁଗ ପରିଯ୍ୟନ୍ତ,

ଆଉ କାହା ମୋହ ବାନ୍ଧିଲା ତୁମକୁ

କରିଛ ଗୁଣ୍ଡିଚା ଗ୍ରସ୍ତ ।


ଡାଳୁଅ ଦି ମୁଠା କଳମ ଦି ବିଡା

ଦେଇ ମୋତେ ଦେଲ ଠକି

ପୋଡ଼ପିଠା ଆଉ କେତେ ଯେ ବ୍ୟଞ୍ଜନ

କିପରି ପାରୁଛ ଚାଖି ।


ଆସୁଛି ଆସୁଛି ଦେଖିବି ତୁମକୁ

କିପରି କରୁଛ ମଜା,

ଭାଙ୍ଗିଦେବି ତୁମ ନନ୍ଦିଘୋଷ ରଥ

ଦେବି ମୁଁ ତୁମକୁ ସଜା। 


ମୋହଚୁର୍ଣ ନେଇ ଯାଉଛି ମୁଁ ଆଜି

କରିବି ତୁମକୁ ଗୁଣି,

ଆଉ ଦିନେ ମୋତେ ଛାଡ଼ିଯିବ ନାହିଁ

ରଖିଥାଅ ଏକା ଜାଣି। 


ତେଜ ଅଭିମାନ ପ୍ରାଣପ୍ରିୟା ମୋର

କରନାହିଁ ଆଉ ରୋଷ,

ଶ୍ରୀହୀନ ଶ୍ରୀମୁଖେ ସଜ ପଦ୍ମ ସମ

ଫୁଟିଉଠୁ ବାରେ ହସ। 


ତୁମେ ଜାଣ ଭକ୍ତବାଞ୍ଛା କଳ୍ପତରୁ

ଭକ୍ତ ମୋର ଅଟେ ପ୍ରାଣ,

ବରଷକେ ଥରେ ଦେଖିବାକୁ ତାଙ୍କୁ

ଓହ୍ଲାଇ ଆସିଛି ଜାଣ।


ତୁମେ ଆସିଥିଲେ ତୁଟି ଯାଇଥାନ୍ତା

ଶ୍ରୀମନ୍ଦିରର ସେ ଶିରୀ,

ସେଥିପାଇଁ ପରା ତୁମକୁ ନକହି

ଆସିଥିଲି ମୁଁ ବାହାରି। 


ଆଉ ଏ ଦାଣ୍ଡରେ କୋପ କରି ଏତେ

କରନାହିଁ ଲୋକହସା,

ତୁମ କଲହରେ ବୁଡ଼ିଯିବ ମୋର

ସଂସାର ଯାକ ବେଉସା। 


ଅଧର ଚୁମ୍ବିତ ମାଳ ନିଅ ମୋର

କ୍ରୋଧ ତୁମ କର ଶାନ୍ତ,

ଦିନେ ଦୁଇଦିନେ ଫେରି ଆସିବି ମୁଁ

ଆଜି ବୁଲାଉଛି ମୋର ରଥ। 


ହୃଦେ ତୁମ ଘାତ ଦେଇଛି ମୁଁ ସତ

କ୍ଷମା କରିଦିଅ ଏବେ,

କଥା ଦେଉଛି ମୁଁ ବାହୁଡ଼ି ଆସିବି

ଯାତ୍ରା ସାରି ଅବିଳମ୍ବେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract