ଅଭିମାନୀ ଲକ୍ଷ୍ମୀ
ଅଭିମାନୀ ଲକ୍ଷ୍ମୀ
ଅଭିମାନୀ ଲକ୍ଷ୍ମୀ ତୁମେ ଅଭିମାନ
କରିଅଛ କାହା ପାଇଁ,
ପଚାରୁଛନ୍ତି ମାଆ ବିମଳା କୁହ ହେ
କମଳା ନିରବ ରୁହ ନାହିଁ।
କୁହନ୍ତି କମଳା କି କହିବି ତୁମକୁ ମୁଁ
ଯେ ଆଉ,
ଭାଇ ଭଉଣୀ ସାଙ୍ଗରେ ନେଇ ଚାଲିଗଲେ ମହାବାହୁ।
କପଟିଆ କାଳିଆ ସାଆନ୍ତ କପଟ କରି ଚାଲିଗଲେ,
ଜନମ ବେଦୀରେ ଗୁଣ୍ଡିଚା ମନ୍ଦିରେ ଲୀଳା ଲଗାଇ ରହିଲେ।
ବିମଳା କୁହନ୍ତି ମୋହ ଚୁର୍ଣ୍ଣ ଦେଉଅଛି
ତୁମକୁ ମୁଁ ସଖି,
ହେରାପଞ୍ଚମୀରେ କମଳା ରଥକୁ ଭାଙ୍ଗନ୍ତି ଦେଖୁଛନ୍ତି ଚକାଆଖି।
ଗୋପନରେ ଯାଇ କମଳା ରଥକୁ ଭାଙ୍ଗି ଆସିଲେ,
ଅଭିମାନୀ ଲକ୍ଷ୍ମୀଙ୍କର ମାନଭଞ୍ଜନ
କରିବାକୁ କାଳିଆ ବ୍ୟାକୁଳ ହେଲେ।
