STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଅଭିମାନୀ ଲକ୍ଷ୍ମୀ

ଅଭିମାନୀ ଲକ୍ଷ୍ମୀ

1 min
221

ଅଭିମାନୀ ଲକ୍ଷ୍ମୀ ତୁମେ ଅଭିମାନ 

କରିଅଛ କାହା ପାଇଁ,

ପଚାରୁଛନ୍ତି ମାଆ ବିମଳା କୁହ ହେ

କମଳା ନିରବ ରୁହ ନାହିଁ।

କୁହନ୍ତି କମଳା କି କହିବି ତୁମକୁ ମୁଁ 

ଯେ ଆଉ,

ଭାଇ ଭଉଣୀ ସାଙ୍ଗରେ ନେଇ ଚାଲିଗଲେ ମହାବାହୁ।

କପଟିଆ କାଳିଆ ସାଆନ୍ତ କପଟ କରି ଚାଲିଗଲେ,

ଜନମ ବେଦୀରେ ଗୁଣ୍ଡିଚା ମନ୍ଦିରେ ଲୀଳା ଲଗାଇ ରହିଲେ।

ବିମଳା କୁହନ୍ତି ମୋହ ଚୁର୍ଣ୍ଣ ଦେଉଅଛି

ତୁମକୁ ମୁଁ ସଖି,

ହେରାପଞ୍ଚମୀରେ କମଳା ରଥକୁ ଭାଙ୍ଗନ୍ତି ଦେଖୁଛନ୍ତି ଚକାଆଖି।

ଗୋପନରେ ଯାଇ କମଳା ରଥକୁ ଭାଙ୍ଗି ଆସିଲେ,

ଅଭିମାନୀ ଲକ୍ଷ୍ମୀଙ୍କର ମାନଭଞ୍ଜନ 

କରିବାକୁ କାଳିଆ ବ୍ୟାକୁଳ ହେଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics