STORYMIRROR

Dharmaraj Majhi

Tragedy

3  

Dharmaraj Majhi

Tragedy

ଅଭିମାନ

ଅଭିମାନ

1 min
188


ଅଭିମାନ..!

ଏତେ ଅଭିମାନ..!

ଠିକ ଅଛି..,

ଶୁଣ..,

ମୁଁ କଣ ଅଭିମାନ କରିପାରେ ନା ?


ଦୁଃଖରେ ଜର୍ଜରିତ ଜୀବନକୁ ଯଦି ନ କୁହ ନିର୍ବାସନ,

ଦେଖା ନ ପାଇବାକୁ ଯଦି କୁହ ଅନିଶ୍ଚିତତା

ତୁମ ଆଗମନରେ ସତରେ ମୁଁ ଢେଉ,

ଏ ଦୂରତ୍ବକୁ ତୁମେ କହିପାର ମୋ ଅଭିମାନ !!


ସମୟ ବଡ଼ ବଳବାନ

ସେ ବଦଳେଇ ଦିଏ ସବୁକିଛି ତା'ରି ରୀତିରେ

ଭିତରେ ବାହାରେ ଚାରିଆଡେ ତା' ଇଛାରେ

ତୁମେ ବଦଳିଛ ଆଉ ମୁଁ ବି,

ଏ ବଦଳି ଯିବା ମୋର' କୁ ବି,

ତୁମେ କହିପାର ମୋ ଅଭିମାନ !!


ଲେଖୁଛି ଅନବରତ

ବିନାଶ ନୁହେଁ ବିନ୍ୟାସର କଥା

ଧ୍ୱଂସ ନୁହେଁ ନିର୍ମାଣର ଗାଥା

ଶୁନ୍ୟ ନୁହେଁ ପୂର୍ଣ୍ଣତାର ବ୍ୟଥା

ମୋର ଏ ଲେଖା ଏ କବିତାଙ୍କୁ ବି,

ତୁମେ କହିପାର ମୋ ଅଭିମାନ !!


ମୋ ଗୋଟା ହୃଦୟକୁ

ଖଣ୍ଡ ଖଣ୍ଡ କରି ବାଣ୍ଟି ଚାଲିଛି ସମସ୍ତଙ୍କୁ ପ୍ରେମ

କେବଳ ତୁମକୁ ଛାଡି,

ୟାକୁ ବି,

ତୁମେ କହିପାର ମୋ ଅଭିମାନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy