Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Tragedy

4  

Santosh Kumar Ojha

Tragedy

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

1 min
267


ମନ ଦେଲି ମାନ ଦେଲି

ମୋହ ଦେଲି ଲୁହ ଦେଲି

ରଖି ଥିଲି ମିଛି ମିଛି

 ଅଭିମାନ ବୋଲି କିଛି 

ସେତକ ବି ଦେଇ ଦେଲି ବିନା ବାଧାରେ 

ତଥାପି ବି ରହି ଗଲି ସେଇ ରାଧାରେ ।


କୁଳ ଭୁଆସୁଣୀ ହେଇ

କୁଳକୁ ଚାହିଁଲି ନାହିଁ

ତୁମକୁ ମୁଁ ଦେଲି ବାଛି

ଅଭିମାନ ବୋଲି କିଛି

ସବୁ ନିନ୍ଦା ସହି ଗଲି ବିନା ଦ୍ୱିଧାରେ  

ତଥାପି ବି ରହି ଗଲି ସେଇ ରାଧାରେ ।


କଳଙ୍କ କଜ୍ଜଳ କଲି

ତୋ ପ୍ରେମ ଉଜ୍ଜଳ ବୋଲି

ମୋହ ମାୟା ଦେଲି ପୋଛି

ଅଭିମାନ ବୋଲି କିଛି

ଭାସି ଗଲି ତୋ ବଇଁଶୀ ସ୍ୱନ ସୁଧାରେ  

ତଥାପି ବି ରହି ଗଲି ସେଇ ରାଧାରେ ।


ଯମୁନାକୁ ଧାଇଁ ଧାଇଁ

ଜଗତ ଚାହିଁଲି ନାହିଁ

ଅଭିମାନ ବୋଲି କିଛି

ସଂସାରକୁ କଲି ଛି ଛି

କଣ୍ଠସ୍ଥ ହେଲାନି ପ୍ରେମ ରହେ ମୃଧାରେ 

ତଥାପି ବି ରହି ଗଲି ସେଇ ରାଧାରେ ।


ପତି ପୁତ୍ର ମୂର୍ଚ୍ଛି ଦେଇ

ଦୁଃଖ ସବୁ ଗଲି ପିଇ

ଅଭିମାନ ବୋଲି କିଛି

ଆଉ କିବା କୁହ ଅଛି

ପ୍ରୀତି ତୁମ ଥୋଇ ଦେଲି ନାକ ସିଧାରେ  

ତଥାପି ବି ରହି ଗଲି ସେଇ ରାଧାରେ ।


ନିଜକୁ ମୁଁ କରେ ଘୃଣା

ହରେଇ ନିଜ ଠିକଣା

ଚନ୍ଦ୍ରସେଣା ପତି ଅଛି

ଅଭିମାନ ବୋଲି କିଛି

ବିକି ଦେଲି ଗୋପଦାଣ୍ଡେ ଦର ଅଧାରେ 

ତଥାପି ବି ରହି ଗଲି ସେଇ ରାଧାରେ ।



Rate this content
Log in

Similar oriya poem from Tragedy