Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଅଭିଳାଷ

ଅଭିଳାଷ

1 min
195



ଦେଖିନି କେବେ ମୁଁ ସରଗପୁରୀ ଲୋ

ଦେଖିନି ନନ୍ଦନ ବନ

ଲୋଡିନାହିଁ କେବେ ଦେବତାଙ୍କ ସଙ୍ଗ

ଲୋଡିନାହିଁ ଇନ୍ଦ୍ରାସନ I

ମଳୟ ପରଶ ମୋ ମନ ଅଙ୍ଗନେ

ବୋଳିନି କାମନା ରଙ୍ଗ

ତୁମସହ କେତେ ବର୍ଷାରେ ଭିଜିଛି

ହୋଇନି ମୋ ମୋହଭଙ୍ଗ I

ଶରତ ଆକାଶ ମୋ ମଥାରେ ଯେବେ

ରୂପେଲି କିରଣ ଢାଳେ

ମାନସ ପଟରେ ଚେଇଁ ଉଠେ ସ୍ମୃତି

ତୁମେ ଦିଶ ଆଖି ତଳେ I

ଆଖିରେ ତୁମର କଜ୍ଜ୍ୱଳ ଗାର ଲୋ

ଗୋଲାପି ଗୋଲାପି ଓଠ

ଗଭାରେ ତୁମର ଫୁଲର ଗଜରା

ପରଭୃତ ପରି କଣ୍ଠ I

ରାତିର ଅନ୍ଧାରେ ଥିରି ଥିରି ପାଦେ

ଆସ ତୁମେ ଚାଲି ଚାଲି

ମୋ ଆଖିକୁ ଖାଲି ଦିଶୁଥାଏ ସଖୀ

ଚୁମରି ଓଠର ନାଲି I

ତୁମରି ପ୍ରେମରେ ଉବୁଟୁବୁ ପ୍ରାଣ

ତୁମକୁ ନିରେଖି ଦେଖେ

ତୁମରି ଭିତରେ ହଜିଯିବା ପାଇଁ

ନୂଆ ସ୍ୱପ୍ନଟିଏ ଦେଖେ I

      


Rate this content
Log in

Similar oriya poem from Romance