ଅଭିଜ୍ଞତାରୁ ପଦେ
ଅଭିଜ୍ଞତାରୁ ପଦେ


ହେ ଜୀବନ ! ତୁ ବଜେଇ କାହାଳି କହ ମଙ୍ଗେଇ
ନିଜେ ତଳେ ପଡିଗଲା ପରେ
ପିଚ୍ଛିଳ ପଥେ ପାଦ ଖସରି ଭୂମୀନତ ହେଲା ପରେ
ଏଆଡ଼େ ସେଆଡ଼େ ନ ଚାହିଁ
ଆପେ ଆପେ ଝାଡି ଝୁଡ଼ି ଉଠିପଡ଼ିବାରେ
ଯେଉଁ ମଜା ମସ୍ତି ଶାନ୍ତି ପ୍ରଶାନ୍ତି
ଅନ୍ୟକୁ ତଳେ କଚାଡ଼ି ଦେଲେ କାହିଁ ?
ଅନ୍ୟକୁ କହୁଣୀ କୋଟ ମାରି
ଚୋଟ ମାରି ଛୋଟ କଲେ କାହିଁ ? I୧I
ହେ ହୃଦୟ ! ତୁ ବଜେଇ ଡେଙ୍ଗୁରା କହ ଫଟେଇ
ପଥରଟିଏ ହୋଇ ନିହାଣ ମୂନରେ
ଖଣ୍ଡ ବିଖଣ୍ଡିତ ହେବ।ରେ
ନୂତନ ମୂର୍ତ୍ତିର କଳେବରରେ ରୂପାନ୍ତରିତ ହେବାରେ
ଯେଉଁ ମଜା ମସ୍ତି ଶାନ୍ତି ପ୍ରଶାନ୍ତି
କାଚ ହୋଇ ଭାଂଗିଯିବାରେ କାହିଁ ?
ସାମାନ୍ୟ ଆଘାତରେ ଟୁକୁଡ଼ା ଟୁକୁଡ଼ା ହେବାରେ କାହିଁ ? I୨I
ହେ ନୟନ ! ତୁ ବୋହିଯା ତଟିନୀ ହୋଇ କଳକଳେଇ
ପରସ୍ତ ପରସ୍ତ ଦୁଃଖ- ଶୋକକୁ ଲୁଚେଇବାକୁ ଯାଇ
ଶ୍ରାବଣରେ ତିନ୍ତ
ିବା ଓ ବୁକୁ ଫଟେଇ କାନ୍ଧିବାରେ
ଯେଉଁ ମଜା ମସ୍ତି ଶାନ୍ତି ପ୍ରଶାନ୍ତି
ଅନ୍ୟକୁ କହିବାରେ କାହିଁ ?
ଅନ୍ୟ ଆଗରେ ଅନୁତାପ ବଖାଣିଲେ କାହିଁ ? I୩I
ହେ ଏକାନ୍ତ ସମୟ ! ତୁ ବଜେଇ ବେଣୁ କହ ବୀରହୀ
ନିରୋଳା ବେଳାରେ ନିଜ ସହିତ କଥା ହେବାରେ
ଗୁପତରେ ନିଜ ଆତ୍ମା ସହିତ ତଲ୍ଲୀନ ହେବାରେ
ଯେଉଁ ମଜା ମସ୍ତି ଶାନ୍ତି ପ୍ରଶାନ୍ତି
ସହର ଭିଡ଼ରେ କାହିଁ ?
ଗହଳି ଗଳି ନଗର ତଳି କୋଳାହଳେ କାହିଁ ? I୪।
ହେ ମଦିରା ପାତ୍ର ! ତୁ ବଜେଇ ସେସ୍କାଫୋନ କହ ରଂଗେଇ
କାହାରି ପ୍ରେମଭରା ମାଦକଲହରା ଆଖିରେ
ବୁଡ଼ି ବୁଡ଼ି ପଲକ ପଡ଼ୁ ପଡୁ ଉଠିପଡ଼ି ପିଇବାରେ
ଯେଉଁ ମଜା ମସ୍ତି ଶାନ୍ତି ପ୍ରଶାନ୍ତି
ଉତ୍ସବ ରଂଗୋତ୍ସବରେ କାହିଁ ?
ଆଲୋକ ଚର୍ଚ୍ଚିତ ଡିନର୍ ପାର୍ଟି
ଭୁରି ଭୋଜନ-ଭଜନ-କିର୍ତ୍ତିନରେ କାହିଁ ।୫।