STORYMIRROR

Sandhya Rani Panigrahy

Fantasy

2  

Sandhya Rani Panigrahy

Fantasy

ଅଭିଜା ମନ ବର୍ଷାରେ

ଅଭିଜା ମନ ବର୍ଷାରେ

1 min
13.6K


ବରଷାର ମେଘରେ

ଦିନରେ ଓ ରାତିରେ

ଖୁବ୍ ଭିଜେ ଦେହ ଭଲରେ

ଯା ଭିଜେନା ମନଟା ଖାଲିରେ

ଭଲ ହୁଅନ୍ତା ମନଟା ଭିଜିଯାଆନ୍ତା 

ସବୁ ତିନ୍ତି ଚିପୁଡି ଶୁଖିଲା ହୁଅନ୍ତା

ଏମିତିକି ଆଖିର ଲୁହ ଜଣା ନ ପଡନ୍ତା

ସବୁ ବରଷାର ପାଣିରେ ମିଶି ଧୋଇଥାନ୍ତା

ମନଟାକୁ ଭିଜେଇବା ଆକାଙ୍କ୍ଷାରେ

ମନଟା ଆଶଙ୍କାରେ ଅଭିନୟ ଭରେ

ମନରେ ଭୟ ଭାରି ଭାରି କରେ

କିଛି ଅଶାନ୍ତ ଆସକ୍ତ ସଞ୍ଚାରଣ ଭରେ

ମନରେ ଅଭୂଲା ପ୍ରଶ୍ନ କୋଣରେ ଏକୁଟିଆ ରହେ

ଏକଜୁଟ ହେବା ନିଶାଟା ଥରେ ଓ ମନ ଥକା ମାରେ

ଏମିତି କିଛି ହୁଅନ୍ତା ନାହିଁ କି 

ମାନଅଭିମାନର ଓଢ଼ଣା ଖସାଇ ଭିଜନ୍ତା କି

ମନଟାକୁ ଭିଜେଇ ହୁଅନ୍ତା

ଶୁଖିଲା କମ୍ବଳକୁ ପାଛୋଟି ନିଅନ୍ତା

ଧରାବନ୍ଧା ଛାତିତଳେ ବୁକୁଭରି ବୁଣୁଥାନ୍ତା

ମନର ଭାବର ଚାହିଁବା ଛାଣି ହୁଅନ୍ତା

ମନଟାର ଅବଶୋଷ ଶୋଷିଲା ନ ରୁହନ୍ତା

ଭିଜା ମନ ଚାହିଁ ଓଦା ହୋଇ ବହି ଯେ ଯାଆନ୍ତା

କିଛିଟା ଶୁଷ୍କତା ରହିବ ଭାବରେ ନିଶ୍ଚିତ 

କିଛି ଛିଟା ଛାତି ତଳେ ବହିବ ଅବିରତ

ଭୂଲିବାର ପ୍ରୟାସ ଜାରି ସବୁ ମୁହୂର୍ତ୍ତରେ

ଅପଚେଷ୍ଟା ଆରମ୍ଭ କରିଛି ମନର କୋଣରେ 

ଥରକୁଥର ପଛକଥା ଉଃକି ମାରେ

ଲୁଚିଯାଏ ହଜିଯାଏ ଦିଶୁଥାଏ ମନ ଉହାଡରେ

କମନୀୟ ଗୋପନୀୟ ରଖିବା ପାଇଁ 

ବେଳେ ବେଳେ ଝାଡିଦିଏ ଅଳନ୍ଦୁ ଧୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy