STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଅଭାଗିନୀ ସୀତା

ଅଭାଗିନୀ ସୀତା

1 min
213


ନନ୍ଦିନୀ ଶ୍ରୀରାମ ଘରଣୀ ଅଯୋଧ୍ୟାର ରାଜରାଣୀ,

ସୀତା-ମାତା ସେହି ମହାଲକ୍ଷ୍ମୀ ହୋଇ ଥିଲେ ଜଣେ ଅଭାଗିନୀ |

ଜନ୍ମ ନେବାବେଳେ ନଥିଲେ ଜନନୀ ମାଟିରୁ ହେଲେ ବାହାର,

ବିବାହ ବେଳରେ ଆସି ପର୍ଶୁରାମ କଲେ ଗଣ୍ଡଗୋଳ ଘୋର |

ସତ୍ୟରକ୍ଷା ପାଇଁ ଚାଲିଲେ ବଣକୁ ଉଚ୍ଛନ୍ନ ହେଲା ସଂସାର,

ଅଭିଷେକ ବେଳେ ମନ୍ଥରା କୈକେୟୀ ମାତାଙ୍କ ହେଲେ ଶିକାର |

ପତ୍ର କୁଡ଼ିଆରେ ସୁଖ ଖୋଜୁ ଖୋଜୁ ଆସି ମାୟାବୀ ରାବଣ,

ମାନ ମହତକୁ ପଛରେ ପକାଇ ମାତାଙ୍କୁ କଲା ହରଣ |

ରାକ୍ଷସୀ ମେଳରେ ସ୍ୱାମୀ ବିରହରେ କେବଳ ଯାତନା ଥିଲା,

ସ୍ଵର୍ଣ୍ଣମୟୀ ଲଙ୍କା ଧ୍ୱଂସ ପାଇଗଲା ମାୟାବୀ ରାବଣ ମଲା

ଅଯୋଧ୍ୟାକୁ ଫେରି ରାଣୀ ହେଉହେଉ ବଇରୀ ହେଲା ଧୋବଣୀ,

ଅପବାଦ ନିନ୍ଦା ପାଇଲେ ଜାନକୀ ନିର୍ବାସିତା ହେଲେ ପୁଣି |

ତଥାପି ତାଙ୍କର ଦୁଃଖ ସରିଲାନି ଅଗ୍ନି ପରୀକ୍ଷା ବି ଦେଲେ,

ଅତି ସୁକୁମାରୀ ମହାରାଣୀ ସୀତା ବସୁଧା ଫଟାଇ ଗଲେ |

ଜଗତ ଜନନୀ ଏତେ ଯାତନାକୁ ଯଦି ପାରିଥିଲେ ସହି,

ଆମପାଇଁ ଦୁଃଖ ଯାତନା ଆସିଲେ ସହି ପାରିବା କି ନାହିଁ ?



Rate this content
Log in

Similar oriya poem from Classics