STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ଅବ୍ଦୁଲ୍ କାଲାମ ଙ୍କ ସ୍ମୃତିରେ

ଅବ୍ଦୁଲ୍ କାଲାମ ଙ୍କ ସ୍ମୃତିରେ

1 min
26.1K


ଅବଦୁଲ୍ ତୁମ ମସଗୁଲ୍ କିର୍ତ୍ତି ବିଗୁଲ଼ ଫୁଙ୍କିଲା କାନେ,

କୁମାରିକା ଠାରୁ ହିମାଳୟ ଯାଏ ଚେତନା ଜଗାଏ ମନେ।

ଯୋଗଜନ୍ମା ତୁମେ ଜନମ ଲଭିଲ ଏହି ପୂଣ୍ୟ ଭୂଖଣ୍ଡରେ,

ବିତାଇଲ ଚାଟଶାଳା ର ଜିବନ ପଢ଼ି ଗାଁ ଚାହାଳିରେ ..

ମଲ୍ଲି ମହକରେ ମହକି ଉଠିଲ କିଶୋରେ ଶିକ୍ଷାର ଲାଗି,

ରାଜନୀତି, ରସାୟନ, ଶିଳ୍ପଶାସ୍ତ୍ର ପଦାର୍ଥ ବିଜ୍ଞାନେ ଜାଗି ..

ସାହିତ୍ୟେ ସାଗର, ବିଜ୍ଞାନେ ଉନ୍ନତି, କର୍ମେ କର୍ମବୀର ସାଜି,

ଭାରତରତ୍ନ କୁ ସାର୍ଥକ କରିଲ ଜ୍ଞାନବଳେ ଜିତି ବାଜି।

ଗଢି ମିଶାଇଲ ଶକ୍ତି ଦେଖାଇଲ ଏଇ ଦେଶ କାରୀଗରି,

"ମିଶାଇଲ୍ ମ୍ୟାନ୍" ନାମ ଅରଜିଲ ରଖି ଜମ୍ବୁଦ୍ଵୀପ ଶୀରି ..

ରାମେଶ୍ବର କ୍ଷେତ୍ରେ ଜନମ ଲଭିଲ, କୁରୁକ୍ଷେତ୍ର କର୍ମ କ୍ଷେତ୍ର,

ଶିକ୍ଷାର ପ୍ରସାରେ ଜନ ସମାଜରେ ଛାତ୍ର ଛାତ୍ରୀଙ୍କର ମିତ୍ର ..

ନେତ ଉଡାଇଲ ବିଶ୍ବବ୍ରହ୍ମାଣ୍ଡରେ ଭରି ସର୍ବ ହ୍ରୃଦେ ପ୍ରେମ,

ପଦ୍ମ ପ୍ରାୟ ଗୁଣ ବିକଶିତ କରି ହୋଇଲ ପଦ୍ମଭୂଷଣ।

ବିଂଶ ଶତାବ୍ଦୀର ସୁଦୃଢ଼ ​​ଶାସନ ଭାରକୁ ବହନ କରି,

ଭାରତ ମାଟିର ମାନ ଉଚ୍ଚ କଲ, ବିଜ୍ଞାନ ଜ୍ଞାନ ପ୍ରସାରୀ।

ଚେତନା ଭରିଛ ସର୍ବ ହୃଦୟରେ ସଦ୍ଭାବନା ମନେ ଦେଇ,

କଲାମ ତୁମକୁ ଶତତ ସଲାମ ରହିଲ ଅମର ହୋଇ ..


ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational