STORYMIRROR

Bela Bhumi

Inspirational Fantasy

2  

Bela Bhumi

Inspirational Fantasy

ଆଉଥରେ ମହାବାହୁ ବଂଶୀବାଲାରୂପ ହେଉ

ଆଉଥରେ ମହାବାହୁ ବଂଶୀବାଲାରୂପ ହେଉ

1 min
13K


ଆଉଥରେ ମହାବାହୁ

ବଂଶୀବାଲା ରୂପ ହେଉ…,

କଦମ୍ବ ଚହଟି ବାସୁ

ନିଶ୍ୱାସେ ବିଶ୍ୱାସ ବସୁ ,

ଖେଳିଯାଉ ମଳୟରେ ଅଗୁରୁ ଚନ୍ଦନ

ସତ୍ୟର ପ୍ରତିଷ୍ଠାହେଉ

ହେ ମଧୁସୂଦନ ,

ରଚିଯାଉ ଛନ୍ଦେ ଛନ୍ଦେ…

ପରାଣେ ପୁଲକ ଭରି

ପ୍ରାଣୀ ତନୁମନ,

ଫେରିଆସୁ ସେ ଦ୍ୱାପର

ହେ ନନ୍ଦ ନନ୍ଦନ,

ପୁଣି ଗୁଞ୍ଜରିତ ହେଉ 

ସେ ମୋହନ ବଇଁଶୀର ସ୍ୱନ

ଲୋଡ଼ା ନାହିଁ ଓଳିକର

ବାକୀ ଥିବା ସେ ମହାଭାରତ….

ଫେରାଇ ଦିଅ ହେ ସଖା

ଶାନ୍ତି, ମୈତ୍ରୀ ,ପ୍ରେମ ଆଉ ସତ୍ୟ ll

ତପନ ଦୀକ୍ଷିତ (ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ

ଇ.ମେଲ: konark.dixit@gmail.com

ଦୁରାଭାଷ:9537400744


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational