STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

ଆଉ ଥରେ ଫେରି ଆସ

ଆଉ ଥରେ ଫେରି ଆସ

1 min
285

 

ନିଷ୍ଠୁର ଏ ବିଧିର ବିଧାନ ବଡ଼ ବିଚିତ୍ର

ଯେତେ ବୁଝାଇଲେ ବି ବୁଝେନା ମନ

ସଂସାରେ ଏ ଦୁଃଖ ସହିବା ନୁହେଁ ସହଜ,

ଚାରିଆଡ଼େ ହାହାକାର କିଟିକିଟି ଅନ୍ଧାର

ସାହିତ୍ୟ ଜଗତଟା ଆଜି ଶୂନ୍ ଶାନ୍

ଅସ୍ତମିତ କାହିଁ ହୋଇଗଲା କି ସୂରୁଜ ?


ହେ ବୀର ସାହିତ୍ୟର କର୍ଣ୍ଣଧାର ଅଗ୍ରଦୂତ

ପଦ୍ମଶ୍ରୀ ପଦ୍ମ ବିଭୂଷଣ ଅନନ୍ୟ କଥାକାର

ପୁରସ୍କାର ଭଣ୍ଡାରର ଅଧିକାରୀ ମନୋଜ,

ତୁମର ଅକାଳ ବିୟୋଗରେ ଝରେ ଆଖିଲୁହ

ଝୁରେ ତୁମ ପାଇଁ ଆଜି ସାହିତ୍ୟ ସମାଜ

ଦେଇ ଗଲ ଛାତିରେ ଛାତିଏ ଦରଜ।


ଅଧିରେ ଅସ୍ଥିରେ ବାହୁନି ବାହୁନି କାନ୍ଦୁଛୁ ସଭିଏଁ 

ମନ ପ୍ରାଣ ଆତ୍ମା ବୁଝୁ ନାହିଁ କାହାରି ତିଳେ

ଆଉ ଥରେ ଫେରି ଆସ, ହେ ମନୋଜ !

ପୁଣି ଗଳ୍ପ ପ୍ରବନ୍ଧର ସମ୍ଭାରରେ ସମୃଦ୍ଧ ହେବ

ଭାଷା ସାହିତ୍ୟର ଗନ୍ତାଘର ହିମାଳୟ ସମ

ଯେବେ ଫେରି ଆସି ଏ ମାଟିରେ ହେବ ବିରାଜ।


ସାହିତ୍ୟ କ୍ଷେତ୍ରରେ ତୁମର ଜୀବନ ବ୍ୟାପୀ

ନିରବିଚ୍ଛିନ୍ନ ଏକାଗ୍ରତାର ଅକ୍ଳାନ୍ତ ସାଧନା

ଦଧିଚି ମୁନିଙ୍କ ଅସ୍ଥିଦାନ ସମ ହୋଇଛି ଆଜ,

ଯାଦୁକାରୀ ଶବ୍ଦ ବିନ୍ୟାସର ମନମୁଗ୍ଧ ବାକ୍ୟ

ଗହନ ମନୋସ୍ତାତ୍ତିକତାରେ ପରିପୂର୍ଣ୍ଣ

ସବୁରି ହୃଦୟେ ରହିବ ତୁମେ ଚିରପୂଜ୍ୟ।


ବିୟୋଗରେ ତୁମ ଅମାନିଆଁ ଅଶ୍ରୁ ଝର

ଝରି ପଡ଼େ ଅସରା ଅଶ୍ରୁରେ ଦେଉ ଶ୍ରଦ୍ଧାଞ୍ଜଳି

ଭାଙ୍ଗି ଲୋଟି ପଡ଼ୁ ସବୁ କବି କବିରାଜ,

ବାରେ ସଦୟ ହୋଇ ତୁମେ ଆମ ଉପରେ

ସୂକ୍ଷ୍ମରୁ ସ୍ଥୂଳ ରୂପନେଇ ଏ ଧରାଧାମେ

ଆଉ ଥରେ ପୁଣି ଫେରି ଆସ, ହେ ମନୋଜ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy