ଆଉ ସହି ହେବନି କଷ୍ଟ
ଆଉ ସହି ହେବନି କଷ୍ଟ
ତୁମ ଛଳନାର ରୁଦ୍ଧ କୋଠରି
ହଳାହଳେ ପରିପୂର୍ଣ୍ଣ
କେମିତି ବା ଆମେ ବୁଝି ପରିଥାନ୍ତୁ
ତୁମ ସେ ଜଟିଳ ମନ I
ଆମେ ଛଳନା ବୁଝୁନା
ଆମେ କପଟ ବୁଝୁନା
ଖଟିଖିଆ ମେହେନତି
ମଣିଷରେ ଆମେ
ତୁମଭଳି କପଟିଆ ନୋହୁଁ ବୋଲି
ଆଜି ଆମେ ତୁମ ଚାଟୁକାର
ପେଟଭୋକ ଛଡା ଆମେ
ଅଧିକା ଟିକିଏ ଆଉ କିଛିବି ବଝୁନା I
ସେଇଥିପାଇଁ ତ ତୁମେ
ନିତି ନିତି ଲୁଟୁଛ ଆମକୁ
ହାଣ୍ଡିଆ ମୁନ୍ଦାଏ ପେଇ
ସକାଳରୁ ସଞ୍ଜଯାଏ ଖଟାଇ ଚାଲିଛ
ଟିକିଏ ହାଲିଆ ହେଲେ
ଚାବୁକର ଭୟ ଦେଖାଉଛ I
କେତେଦିନ ସହିବୁ ବା ଆଉ
କଷ୍ଟ ବଳି ପଡିଲାଣି
ଦେଖୁନ କି?
ଆମ ରାଗ ଜର ଜର ଆଖି
କେଉଁପରି ଜଳେ ଦାଉ ଦାଉ I
