STORYMIRROR

Abhiram Sahoo

Romance

2  

Abhiram Sahoo

Romance

ଆଉ ମୁଁ ପାରୁନି ଫେରି

ଆଉ ମୁଁ ପାରୁନି ଫେରି

1 min
13.8K


ଅତୀତକୁ ଆଜି ଯେତେ ଚାହିଁଲେ ବି

ଆଉ ମୁଁ ପାରୁନି ଫେରି

ହଜିଲା ନିଆଁରେ କୁହୁଳୁଛି ସିନା

ଜୀବନ ଯାଉଛି ସରି ॥


ଦିନ ଥିଲା ମୋତେ ନାୟିକା ସଜାଇ

କବିତା ଲେଖିଛ ଯେତେ

ସେଇ କବିତାର ନିଶାରେ ହଜି ମୁଁ

ସପନ ଦେଖିଛି କେତେ

ହେଲେ ମୁଁ ଲାଜରେ ମନକଥା ପଦେ

କହିନାହିଁ ମୁହଁ ଖୋଲି ॥


କହିବା କଥା ମନରେ ମରିଛି

ମଉନେ ପୋତିଛି ମୁହଁ

ଉତ୍ତର ନପାଇ ଧୀରେ ଫେରିଗଲ

ଗଡାଇ ଦି'ଟୋପା ଲୁହ

ସେଇ ଲୁହପାଇଁ ଅନୁତାପେ ଜଳେ

ତୁମ ଜୀବନକୁ ଜାଳି ॥


Rate this content
Log in

Similar oriya poem from Romance