STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଆଉ କି ଲୋଡ଼ା କୁହ

ଆଉ କି ଲୋଡ଼ା କୁହ

1 min
356

ସୁନ୍ଦର ଏଇ ଜୀବନେ ମୋର

          ଦେଇଛ ଗୋଟେ ଘର

 ଘର ଭିତରେ ଚଳନ୍ତି ଦିଅଁ

           ବାପା ମାଆଟି ମୋର।


ସେ ଘରେ ଛନ୍ତି ଭାଇ ଭଉଣୀ

         ଅଜା ମାଆ ସେନେହ

ସୁଖ ଶାନ୍ତିରେ ହସେ ଜୀବନ

         ଆଉ କି ଲୋଡ଼ା କୁହ ।


ମୁଣ୍ଡ ଉପରେ ନୀଳ ଆକାଶ

         ମାଆ ଧରଣୀ ତଳେ

ବଢୁଛି ମୁହିଁ ସୁନ୍ଦର ଏଇ  

         ତୁମ ପ୍ରକୃତି କୋଳେ।


କେତେ ସମ୍ପର୍କ ମୋ ଚାରି ପାଖେ

             ଖଞ୍ଜିଛ ଯତ୍ନ କରି

 ତୁମରି ଦାନ ମଣିଷ ଜୀବନ

             ଯେତେକ ସୁଖଶିରୀ।


ଋତୁଅନୁଯାୟୀ ଫଳ ମୂଳ

              ଫଳାଇ ଅଛ କେତେ

 ଜୀବନ ତରୀ ଭାସୁଛି ଥିରି

             ସଂସାର ସାଗରେ ଏଥେ।


 ବିଶ୍ୱ କାରିଗର ଢାଳେ ଚରଣେ

             ଧନ୍ୟବାଦ ଅନ୍ତରୁ

 ମଣିଷ ଜନ୍ମ ଦେଇ କରିଛ ଧନ୍ୟ

            ହେ ପ୍ରଭୁ କଳ୍ପତରୁ।


ମଧ୍ୟାହ୍ନ ଯାଇ ଆସିବ ଥିରି

          ସଞ୍ଜ ପରେ ଅନ୍ଧାର

ତୁମେଇ ଥିଲେ ମୋ ସଙ୍ଗରେ

        କାହାକୁ ଡର ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational