STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆଉ କି ଦେଖିବ

ଆଉ କି ଦେଖିବ

1 min
13.7K


ଆଉ କି ଦେଖିବ ସେଇ ଚନ୍ଦ୍ର ମୁଖ

ସଖି ମୋ ବେନି ନୟନ

ଦିବାଲୋକ ପରେ ଅନ୍ଧାର ଘେରେ

ସୁନ୍ଦର ବସୁଧା ଜାଣ

ସତେ ଫେରିବେନି

ବ୍ରଜ ଶିରୋମଣି କୋଟି ନିଧି ହଜାଇଲି

ମୁଁ କେଡ଼େ ଭୁଲଟିଏ କଲି

ଜୀବନଠୁଁ ବଳି ଭଲ ପାଇଥିଲି

ତାଙ୍କ ବିନା ସବୁ ଅନ୍ଧାର

ପାଣି ବିନା ମୀନ କଇଁ ବିନା ଜହ୍ନ

ରହିକି ପାରେ ସଂସାର

କେମିତି ପରାଣ

ଧରିବ ଜୀବନ

ଏଡ଼େ ଆଘାତ ମୁଁ ଦେଲି,

ମୁଁ କେଡ଼େ ଭୁଲଟିଏ କଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics