ଆଉ କେତେ ବାକି
ଆଉ କେତେ ବାକି
ଅନେକ କିଛି ବାକି ଅଛି
ସୁନେଲି ସକାଳ
ଆମ୍ବ ବଉଳ
ବରଷା କାଳ
ସୁନେଲି ସକାଳ ଅପେକ୍ଷାରେ
ତନ୍ଦ୍ରା ଭରା ଆଖି ତଳେ
ସ୍ବପ୍ନ ନିରିମାଖି
ଝରା ଆମ୍ବ ବଉଳ ଡାଳେ
କୋଇଲି ଗାଏ ପତ୍ରଗହଳେ
ଜୀଵନ ମାନେ ହୁଏ ସୁଖୀ
ବରଷା କାଳ ମାରେ ଡହଳ ବିକଳ
ଖରା ଗରମ ବେଳ ଯାଏ ଅପସରି
ଚାଷୀକୂଳ ଚାତକ ବେଳ
ମୟୂରୀ ନାଚ କରେ ବନସ୍ତରେ
ରଜରେ ଗଜ ଦିଏ ଡାକି
ଏସବୁ ତ ବରଷକୁ ଥରେ ଥରେ
ଆସେ ନିଶ୍ଚେ ଜୀବନରେ
ତଥାପି ପ୍ରଶ୍ନ ଆଉ କେତେ ବାକି
ବଉଦ ଫାଙ୍କେ ଜହ୍ନ ଦେଖି
ଚିଠି ପଢେ ତାରା କିଏ ଦେଇଛି ଲେଖି
ସମୟ ରହିଛି ଏକା ସାକ୍ଷୀ ।
