STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଆଉ କେତେ ବାକି

ଆଉ କେତେ ବାକି

1 min
11


ଅନେକ କିଛି ବାକି ଅଛି 

ସୁନେଲି ସକାଳ 

ଆମ୍ବ ବଉଳ 

ବରଷା କାଳ 

ସୁନେଲି ସକାଳ ଅପେକ୍ଷାରେ 

ତନ୍ଦ୍ରା ଭରା ଆଖି ତଳେ 

ସ୍ବପ୍ନ ନିରିମାଖି 

ଝରା ଆମ୍ବ ବଉଳ ଡାଳେ 

କୋଇଲି ଗାଏ ପତ୍ରଗହଳେ 

ଜୀଵନ ମାନେ ହୁଏ ସୁଖୀ 

ବରଷା କାଳ ମାରେ ଡହଳ ବିକଳ 

ଖରା ଗରମ ବେଳ ଯାଏ ଅପସରି 

ଚାଷୀକୂଳ ଚାତକ ବେଳ 

ମୟୂରୀ ନାଚ କରେ ବନସ୍ତରେ 

ରଜରେ ଗଜ ଦିଏ ଡାକି 

ଏସବୁ ତ ବରଷକୁ ଥରେ ଥରେ 

ଆସେ ନିଶ୍ଚେ ଜୀବନରେ 

ତଥାପି ପ୍ରଶ୍ନ ଆଉ କେତେ ବାକି 

ବଉଦ ଫାଙ୍କେ ଜହ୍ନ ଦେଖି 

ଚିଠି ପଢେ ତାରା କିଏ ଦେଇଛି ଲେଖି 

ସମୟ ରହିଛି ଏକା ସାକ୍ଷୀ ।


Rate this content
Log in

Similar oriya poem from Abstract