STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଆଉ ଅଛି କେତେ କଥା

ଆଉ ଅଛି କେତେ କଥା

1 min
216


ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ 

ଫନ୍ଦି ନୁହେଁ 

ଅୟସର ନନ୍ଦିନୀ ଗୋ ଛନ୍ଦ ତୁମ 

ଛାନ୍ଦ କୁହେ 

ଦିବସର ଫଲ୍ଗୁ ତୁମେ ରାତ୍ରୀର ଚନ୍ଦ୍ର 

ଅମାବାସ୍ୟାରେ କେଣେ ଯାଏ

ରଜନୀର ଚପଳଛନ୍ଦା ଅଙ୍ଗେ ତୁମ 

ରଙ୍ଗ ଦିଏ କିଏ 

ତୁମ କବରୀବାସ ନୁହେଁ ଜମା ଉପହାସ 

ଜହ୍ନ କହେ 

କୁଆଁତାରା ରାତିସାରା ଶୋଇରହି 

ସକାଳକୁ ଚାହିଁଥାଏ 

ସକାଳ ହେଲେ ସୂର୍ଯ୍ୟ ପୂରୁବ ଦିଗ ଚହଟ

ଲାଲିମାରେ ଭରେ କିଏ 

କଥା କୁହା ଆଖିଦୁଇ ଜଗନ୍ନାଥ ନାମ 

ଭଜୁ ଥାଏ 

ଭଜି ଭଜି ତୋ ନାମ ଚକାନୟନ 

ସରେନା ଦିନ ରାତି ପାହେ 

ବରଷ ଯାଇ ନୂଆବରଷ ଆସୁଛି ଯାଉଛି 

କିଏ ଯାଏ କିଏ ରହେ 

ପ୍ରକୃତିର ଫୁଲ ଫଳ ନଈ ନାଳ ବିଲ ବଣ 

କୁହୁକ ମାଖି ଥାଏ 

ହାତଠାରି ଡାକେ କଇଁ ନୀଳପରୀ ଦେଖି 

ଋଷି ଥାଏ 

ଜହ୍ନ କହେ ଦୋଷ ଅଛି ପ୍ରକୃତିରେ 

ତୁ କିଏ ନା ମୁଁ କିଏ 

ଧରଣୀ ରାଣୀ କେଵେ କୋଉ ରଙ୍ଗ ଓଢଣା ଟାଣି 

କୃଷ୍ଣଚୁଡା ସଙ୍ଗେ କଥା ହୁଏ 

ନହୁଲି ଅଳସୀ ସାଧବ ବୋହୂଟା 

ବରଷାରେ ଖୋଜା ହୁଏ 

ଋତୁ ଯାଇ ଋତୁ ଆସେ କୋଇଲିଟା 

କୁହୁ କହେ 

ବାପାମାନେ ଭାଗବତ ବୋଉମାନେ 

ରାମାୟଣ ପଦେ ଅଧେ ଗାଇଥାଏ 

ଜେଜେ ବଙ୍କୁଲି ଧରି ଜେଜେମା କୋଥଳି କାଢି 

ମାଳି ଗଡା଼ଇ ଓଁ କହେ 

କୁନା ମୁନା ଭାରି ସୁନା ନୂଆବରଷ 

ଆସିଛି ବୋଲି ନାନୀସଙ୍ଗେ ମନ୍ଦିର ଯାଏ


Rate this content
Log in

Similar oriya poem from Abstract