Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Inspirational

3  

ତାରାପ୍ରସାଦ ଜେନା

Inspirational

ଆଉ ଅଛି ଭଲା ଖାଇବ

ଆଉ ଅଛି ଭଲା ଖାଇବ

1 min
174



ଆଉ ଅଛି ଭଲା ଖାଇବ

କଳାକନା ନେତା ବୁଲେଇଦେଇଛି

ପେଟ ଧାକୁ ଧାକୁ ଶୋଇବ !


ଆଉ ଅଛି ଭଲା ଖାଇବ

ଶାଶୂ ଖଡୁ ହାତେ ବୋହୂକୁ ମାରିଛି

ହାଜତକୁ ମନ ଧଇବ !


ଆଉ ଅଛି ଭଲା ଖାଇବ

ପାଆଁଶ ଟଙ୍କାରେ ବେଅଗ ପୂରୁନି

ପରିବା କୋଉଠି ଥୋଇବ !


ଆଉ ଅଛି ଭଲା ଖାଇବ

ପାଠ ପଢ଼ି କେତେ ଚାକିରି ନାହିଁଟି

ହାଁ କରି ଶୂନ୍ୟ ଚାହିଁବ !


ଆଉ ଅଛି ଭଲା ଖାଇବ

ମାଙ୍କଡ଼ ହାତରେ ଶାଳଗ୍ରାମ ନଚା

ବୁଦ୍ଧିଟା ବାମକୁ ହୋଇବ !


ଆଉ ଅଛି ଭଲା ଖାଇବ

ଅଉଲ୍ ଜମିକୁ ବିକି ଭାଙ୍ଗିଦେଇ

ଥାଳକୁ ହାତରେ ଧଇବ !


ଆଉ ଅଛି ଭଲା ଖାଇବ

କୁତା ସଉକିନୀ ଦେଖାଇ ହୋଇଲେ

ଅଭାଗା ପଦକୁ ପାଇବ !


ଆଉ ଅଛି ଭଲା ଖାଇବ

ଜଳିଲା ନିଆଁରେ ବଇଁଶୀ ଫୁଙ୍କିଲେ

ପାଣିକି ଦି'ଧାର ଆଇବ !


ଆଉ ଅଛି ଭଲା ଖାଇବ

କାଇଁଚ ମାଳିଟେ ଗଳାକୁ ମିଳୁନି

ଦି'ସୋରା ହାରକୁ ନାଇବ !


ଆଉ ଅଛି ଭଲା ଖାଇବ

ଏ ଘର ମଉସା ସେ ଘର ପିଉସା

ପଛକୁ କିଏସେ ଥୋଇବ !



Rate this content
Log in

Similar oriya poem from Inspirational