STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆତଙ୍କିତ ଗଜରାଜ

ଆତଙ୍କିତ ଗଜରାଜ

1 min
13.4K




ଡ. ବିଜୟ କେତନ ପଡଟ୍ଟନାୟକ


କେବେ କାଳେ ମୁଁ ରାଜା ଥିଲି

ନାଁ ମୋର ଗଜରାଜ ।

ସାଙ୍ଗରେ ମୋ ପାଟରାଣୀ, ଏକ ବା ଏକାଧିକ

ପୁତ୍ର, କନ୍ୟା, ପରିବାର

ବଣ, ଜଙ୍ଗଲରାଇଜ ମୋହର ।

ଏବେ ଉଜୁଡ଼ି ଗଲାଣି ଜଙ୍ଗଲ

ମୋ ରାଇଜ, ପରି ସଂସ୍ଥାଶ୍ରୀହୀନ

ବାଉଁଶ ନାହିଁ ଖାଇବାକୁ, ଡାଳପତ୍ର ନାହିଁ

ପିଇବାକୁ ପାଣି ନାହିଁ ।

ଆଖପାଖ ଜଙ୍ଗଲକୁ ଯିବାକୁ ଚାହିଁଲେ

ଅକ୍ଷତ ‘କରି ଡ଼ର’ ନାହିଁ ।

ଆଗରେ ରେଳଲାଇନ

ଅସାବଧାନରେ କଟି ଯିବାର ଭୟ

ପଛରେ ଜାଲପରି ବିସ୍ତାରି ତଖଣି ଖାଦାନ ।

ଅହରହ ଫୁଟୁଛି ‘ଡିନାମାଇଟ୍’ ।

ବାଁ ପଟେ ଛକିଛି ଲୋଲୁପ ଶିକାରୀ

ହାତରେ ଦୁଇ ନଳି ଆବନ୍ଧୁକ

ଡାହାଣ ପଟେ ମଝାମଝି ଜଙ୍ଗଲରେ

ଝୁଲୁଛି ୧୧ କେଭି ଇଲେକଟ୍ରିକ ତାର

ଯିବେ ତ ଯିବେ, ମୋ ପରିବାର

କୁଆଡ଼େ ଯିବେ ଭଗବାନ !

ବିକାଶ ପଛରେ ଆଖିବୁଜା ଦୌଡ଼

ମୋ ଚଲାପଥକୁ କାଟିଲାଣି ରାଜପଥ

କେଉଁଠି ରେଳଲାଇନ, କେଉଁଠି କେନାଲ

ଅବା ଘରଦ୍ୱାର, ସହର ବଜାର

କେବେ ପଥହୁଡ଼ି ଯଦି ପଶି ଆସିଲୁ

ଜଙ୍ଗଲପାଖ ଗାଁକୁ, ଧାନକ୍ଷେତକୁ

ବାଣ ଫୁଟାଇ, ଢୋଲବଜାଇ, ନିଆାଁ ଜାଳି

ଘଉଡ଼ାଇ ଦିଅନ୍ତି ଲୋକେ, ମୋ ପରିବାରକୁ

ନ ହେଲେ ଢେଲା ପଥର ମାଡ଼ରେ

ରକ୍ତାକ୍ତ ମୁଁ ଓ ମୋ ପରିବାର ।

ବିକାଶର କ୍ରୂର ଚକ୍ରବ୍ୟୂହରେ

ଫସି ଯାଇଛି ମୋ ପରିବାର

ଯିବେ ତ ଯିବେ

କୁଆଡ଼େ ଯିବେ ଭଗବାନ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics