Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ଆତ୍ମସନ୍ତୋଷ

ଆତ୍ମସନ୍ତୋଷ

1 min
218



ଜୀବନ ଯୋଗର ଅଦୃଶ୍ୟ ବିନ୍ଦୁରେ,

ସହଜରେ ମାନି ନେଲେ ଥରେ

ସବୁ କିଛି ଅବଶ୍ୟ ସମ୍ଭବ,

ମାନିନେଇ ପାରିଲେ ହିଁ

ଏକା ଭଳି ସବୁ ଲାଗେ,

ସେ ନିର୍ଜନତା ହେଉ କି କୋଳାହଳ !


ସବୁଠୁ ଭଲ ଗୋଟିଏ ଦିନ,

ଅବା ଭୟଙ୍କର କୌଣସି ରାତି,

ସରିଆସୁଥିବା ଜୀବନ ଏବଂ

କ୍ରମଶଃ ନିକଟତର ହେଉଥିବା ମୃତ୍ୟୁ,

ସବୁ ଏକା ଭଳି, 

ଖାଲି ମାନିନେଇ ପାରିଲେ ହେଲା !


ଖାଲି ହାତରେ ଏଠିକି ତ ଆସିଥିଲେ,

ଫେରିବା ବେଳକୁ ହାତ ମୁଠାରେ

ଅନୁଭବର ଚୋରାବାଲି, 

ଆଙ୍ଗୁଠି ଫାଙ୍କ ଦେଇ କ୍ରମଶଃ 

ନିଗିଡ଼ି ପଡ଼େ ସେଇ ସବୁ

ଅନୁଭୂତିର ସରୁ ବାଲି, ହାତମୁଠା ଭିତରୁ !


ଜୀବନ-ଯାତ୍ରାର ଚିରନ୍ତନ 

ସତ୍ୟତା ତ ଏହି କଥା ଶିଖାଏ,

ଯାହା ମିଳିଲା ନାହିଁ,

ତାହା କେବେ ବି ନ ଥିଲା ଆମର ,

ଆଉ ଯାହା ମିଳିଲା ସେଥିରେ 

ଚରମ ଆତ୍ମ-ସନ୍ତୋଷ ଲଭିବା

କଣ ଆମ ପାଇଁ ଉଚିତ୍ ନୁହେଁ କି ??



Rate this content
Log in

Similar oriya poem from Inspirational