STORYMIRROR

Jayashree Maharana

Inspirational

3  

Jayashree Maharana

Inspirational

ଆତ୍ମସମୀକ୍ଷା

ଆତ୍ମସମୀକ୍ଷା

1 min
169

ସମଗ୍ର ବସୁଧା ଆମରି ଜନନୀ

ଆମେ ତା' ସନ୍ତାନଗଣ

ସଭିଙ୍କ ଦେହରେ ସମାନ ରକତ

ଏକ ଆମ ମନପ୍ରାଣ ।

ସମୟ ସୂଅରେ ବଦଳି ଯାଉଛି

କାହିଁ ଆମ ଚିନ୍ତାଧାରା

ଲୋଭ, ମୋହ,ସ୍ୱାର୍ଥ ଜାବୁଡି ମଣିଷ

ଧରାକୁ ମଣୁଛି ସରା ।

ଭାଇ ଖେଳେ ହୋଲି ଭାଇର ରକତ

ସ୍ନେହପ୍ରେମ ମୂଲ୍ୟହୀନ

ସତ୍ୟ,ନ୍ୟାୟ,ଧର୍ମ,ବିବେକବିଚାର

ସମାଜରୁ ହୁଏ ଶୁନ୍ୟ ।

ଦୟା,କ୍ଷମା,ସେବା,ସହନଶୀଳତା

ନଇତିକ ମୂଲ୍ୟବୋଧ

ସମାଜରୁ ଲୁପ୍ତ ହୋଇ କରୁଅଛି

ପ୍ରଗତିକୁ ଅବରୋଧ ।

ଶିକ୍ଷାଦୀକ୍ଷା ଲଭି ତଥାପି କାହିଁକି

ଅଜ୍ଞାନତା କରେ ଗ୍ରାସ

ଆତ୍ମସମୀକ୍ଷାର ବେଳ ଆସିଅଛି

ଅହଂକାର ମନୁ ନାଶ ।


Rate this content
Log in

Similar oriya poem from Inspirational