ଆତ୍ମl ଗମନ
ଆତ୍ମl ଗମନ
ଆଦି ଅନ୍ତ ନାହିଁ ତାର
ଜୀବଙ୍କୁ ଯେ ଅଗୋଚର
ଘଟରେ ଉଭା
ଘଟରୁ ଘଟକୁ ଯାଏ
ଦେହ ତ୍ୟାଗ କରୁଥାଏ
କି ମନ ଲୋଭl
ଆକାର ତା ' ନିରାକାର
ରଙ୍ଗ -ବର୍ଣ୍ଣ ଅଗୋଚର
ସଂସାରେ ସଦା ,
ସାଧୁ ସନ୍ଥ ଆଉ ସବୁ
ବିଜ୍ଞାନ ବି ହୁଏ କାବୁ
ତା ' ଲୀଳା ଖେଳା
ଆସିବା ଯିବାର କଥା
ବଡ଼ ଗଜବ ତା' ଗାଥା
ଜୀବନ ପାଏ ,
କେହି କହେ ତାକୁ ଆତ୍ମ
ଆଉ କେହି କହେ ବାୟୁ
ଭ୍ରମରେ ପ୍ରାୟେ
ତାର ବିନା ଦେହ ଶବ
ତାର ବିଜେ ଶୁଭାରମ୍ଭ
ପରମ ଅଂଶ
ତାର ଲୀଳା ଖେଳା ସବୁ
ଆଦି ଅନ୍ତ ମହାପ୍ରଭୁ
ଜଗତନାଥ
ପୁରିଧାମେ ଉଡ଼େଦେଖ
ଜୀବନ ନେତ ,
ଭ୍ରମଣ ମୋ' ସେଇ ଏକl
ପ୍ରଭୁ ଜଗନ୍ନାଥ
