STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

ଆତ୍ମl ଗମନ

ଆତ୍ମl ଗମନ

1 min
306

ଆଦି ଅନ୍ତ ନାହିଁ ତାର

ଜୀବଙ୍କୁ ଯେ ଅଗୋଚର

ଘଟରେ ଉଭା

ଘଟରୁ ଘଟକୁ ଯାଏ

ଦେହ ତ୍ୟାଗ କରୁଥାଏ

କି ମନ ଲୋଭl

ଆକାର ତା ' ନିରାକାର

ରଙ୍ଗ -ବର୍ଣ୍ଣ ଅଗୋଚର

ସଂସାରେ ସଦା ,

ସାଧୁ ସନ୍ଥ ଆଉ ସବୁ

ବିଜ୍ଞାନ ବି ହୁଏ କାବୁ

ତା ' ଲୀଳା ଖେଳା

ଆସିବା ଯିବାର କଥା

ବଡ଼ ଗଜବ ତା' ଗାଥା

ଜୀବନ ପାଏ ,

କେହି କହେ ତାକୁ ଆତ୍ମ

ଆଉ କେହି କହେ ବାୟୁ

ଭ୍ରମରେ ପ୍ରାୟେ

ତାର ବିନା ଦେହ ଶବ

ତାର ବିଜେ ଶୁଭାରମ୍ଭ

ପରମ ଅଂଶ

ତାର ଲୀଳା ଖେଳା ସବୁ

ଆଦି ଅନ୍ତ ମହାପ୍ରଭୁ

ଜଗତନାଥ

ପୁରିଧାମେ ଉଡ଼େଦେଖ

ଜୀବନ ନେତ ,

ଭ୍ରମଣ ମୋ' ସେଇ ଏକl

ପ୍ରଭୁ ଜଗନ୍ନାଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract